ବଢିବ ଭାରତୀୟ ବାୟୁସେନାର ଶକ୍ତି । ୯୭ଟି ତେଜସ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କଲା ରକ୍ଷା ଅଧିଗ୍ରହଣ ପରିଷଦ

134

କନକ ବ୍ୟୁରୋ : ରକ୍ଷା ଅଧିଗ୍ରହଣ ପରିଷଦର ଏକ ବଡ ନିଷ୍ପତ୍ତି ନେବା କ୍ରମରେ ୯୭ଟି ତେଜସ ଫାଇଟର ଜେଟ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କିଣାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାର ମୋଟ ମୂଲ୍ୟ ୧୦ ହଜାର କୋଟି ଟଙ୍କା ରହିଛି । ଏହାସହ ଅନ୍ୟ କିଛି ପ୍ରତିରକ୍ଷା ସାମଗ୍ରୀ କିଣାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ତେଜସ-୧(ଏ) ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ପାଇଁ ଓ ହେଲିକପ୍ଟରକୁ ବାୟୁସେନା ଓ ସ୍ଥଳ ସେନା ପାଇଁ ନିୟୋଜିତ କରାଯିବ । ପରିଷଦ ଅତିରିକ୍ତ କ୍ରୟକୁ ବି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ କୋର୍ଟି ଟଙ୍କା ।

ଯଦି ଏହା ହେଉଛି ତେବେ ଭାରତ ଇତିହାସରେ ସ୍ୱଦେଶୀ ନିର୍ମାତାଙ୍କୁ ମିଳିଥିବା ପୂର୍ବ ସମସ୍ତ ଅର୍ଡର ଠାରୁ ଏହା ବହୁ ଅଧିକ । ଏବେ ମଞ୍ଜୁରୀ ପ୍ରଦାନ କରାଗଲେ ଏହାପରେ ସିକୃତିର ଆବଶ୍ୟକତା ରହିଛି । ଏସବୁ ପରେ ନିର୍ମାତାମାନଙ୍କ ସହ ଚୁକ୍ତି ଉପରେ ଆଲୋଚନା ହେବ । ଯଦି ବିଦେଶୀ ନିର୍ମାତା ମାନେ ସ୍ୱଦେଶୀ କମ୍ପାନୀ ସହ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବାକୁ ଆଗେଇ ଆସନ୍ତି ତେବେ ବହୁତ କମ୍ ସମୟ ମଧ୍ୟରେ ଏହି ହେଲିକପ୍ଟର ଓ ଯୁଦ୍ଧ ବିମାନ ଭାରତୀୟ ସେନାରେ ସାମିଲ ହୋଇପାରିବ ବୋଲି ଆଶା କରାଯାଉଛି ।