ରାଜନଗରରେ ଏନକାଉଣ୍ଟର ! ଦୁର୍ଦ୍ଦାନ୍ତ ଅପରାଧୀ ବାବୁର ବାମ ଗୋଡରେ ବାଜିଲା ଗୁଳି

ଦୁର୍ଦ୍ଦାନ୍ତ ଅପରାଧୀ ବାବ ନାଁରେ ରହିଛି ୧୦ରୁ ଅଧିକ ମାମଲା, କଣ୍ଡିରା ଗାଁ ଗୁଳିକାଣ୍ଡରେ ଥିଲା ସଂପୃକ୍ତ

118

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ଏନକାଉଣ୍ଟର । ରାଜନଗରରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଆହତ । କୁରୁଂଟି ଛକ ନିକଟରେ ସଞ୍ଜୟ ବିଶ୍ୱାଳ ଓରଫ ବାବୁକୁ ଏନକାଉଣ୍ଟର କରିଛି ପଟ୍ଟାମୁଣ୍ଡାଇ ପୋଲିସ୍ । ବାବୁର ବାମ ଗୋଡରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ରାଜନଗର ମେଡିକାଲରେ ଭର୍ତ୍ତି ହୋଇଛି । ବାବୁ ନାଁରେ ରହିଛି ୧୦ରୁ ଅଧିକ ଅପରାଧ ଓ ରାହାଜାନୀ ମାମଲା । କଣ୍ଡିରା ଗାଁ ଗୁଳିକାଣ୍ଡ ଘଟଣାରେ ବାବୁ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କଣ୍ଡିରା ଗାଁରେ ଗୁଳିମାଡରେ କିଶୋର ସେଠୀ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗତକାଲି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗାଁ ଭିତରକୁ ଯାଇ ଦୁବୃର୍ତମାନେ ଏହି ଗୁଳିମାଡ କରିଥିଲେ । ଏହି ଘଟଣା ସେହି ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍କ୍ଵାର୍ଡ଼ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ବାବୁ ଓରଫ ସଞ୍ଜୟ ବିଶ୍ୱାଳ ଏକ ବାଇକରେ ରାଜନଗର- ଗୁପ୍ତି ରାସ୍ତାରେ ଆସୁଥିବା ବେଳେ ସ୍ପେସାଲ ସ୍କ୍ଵାର୍ଡ଼ ଓ ରାଜନଗର ପୁଲିସ ତାଙ୍କୁ କୁରୁଣ୍ଟି ନିକଟରେ ଅଟକାଇଥିଲା । ତେବେ ପୁଲିସକୁ ଦେଖି ଅଟକିବା ମାତ୍ରେ ସଞ୍ଜୟ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ସଞ୍ଜୟ ଗୁଳି ଚଳାଇବା ପରେ ପୁଲିସ ପାଲଟା ଗୁଳି ଚଳାଇ ଥିଲା । ଦୁଇଟି ଗୁଳି ସଞ୍ଜୟର ବାମ ଗୋଡ଼ରେ ବାଜିବାରୁ ସେ ପଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାଜନଗର, କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।