ଆକାଶରେ କଳା ବାଦଲ ଘୋଟିଲା, ରାଜ୍ୟରେ ତାତି କମିଲା । ୫ ତାରିଖ ଯାଏଁ ରହିବ ଏଭଳି ମେଘୁଆ ପାଗ ।

306

କନକ ବ୍ୟୁରୋ : ବଦଳିଲା ପାଗର ମିଜାଜ । ସାରା ରାଜ୍ୟରେ ମେଘୁଆ ପାଗ । ଏସବୁ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିଛି ବର୍ଷା । କୋରାପୁଟରେ ମଧ୍ୟ ବର୍ଷା ହେଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । ବର୍ଷା ପାଇଁ ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା   ଆଜି ଜିଲ୍ଲାରେ ବର୍ଷା ହେବ ।

ବର୍ଷା କାରଣରୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ କମ ଗରମ ଅନୁଭୂତ ହେବ । ତେବେ ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଆସନ୍ତା ୧୨ ତାରିଖରୁ ପୁଣିଥରେ ଗ୍ରୀଷ୍ମପ୍ରବାହରେ ହନ୍ତସନ୍ତ ହେବେ ଲୋକେ ।