ପ୍ରବଳ ବର୍ଷାରେ ଭାସୁଛି ଉତ୍ତର ଭାରତ : ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ; ୨୪ ଘଣ୍ଟାରେ ଆଉ ୪୧ ଜଣଙ୍କ ମୃତ୍ୟୁ

182

କନକ ବ୍ୟୁରୋ : ଉତ୍ତର ଭାରତରେ ବର୍ଷା ବିତ୍ପାତ । ପଞ୍ଜାବ, ଉତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶରେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଏବେ ଜଳବନ୍ଦୀରେ । ୨୪ ଘଣ୍ଟାରେ ଆଉ ୪୧ ଜଣ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ ରହିଛି । ବନ୍ୟା, ଭୁସ୍ଖଳନ ଯୋଗୁଁ ଯାତାୟତ ଠପ ହୋଇଛି । ମନାଲି, ଲେହ ଜାତୀୟ ରାଜପଥ ଭୁଶୁଡ଼ି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି ।

କ୍ଷୟକ୍ଷତି ଆକଳନ ୪ ହଜାର କୋଟି ଛୁଇଁଲାଣି କହିଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ବନ୍ୟା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ପ୍ରଶାସନ । ଅନେକ ଘର , ଅଟ୍ଟାଳିକା ପାଣିର ସ୍ରୋତରେ ଭାଙ୍ଗିଯାଇଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଚାମ୍ବା, କୁଲ, ମଣ୍ଡିିରେ ବାଦଲ ଭଟା ବର୍ଷା ସହ ଭୁସ୍ଖଳନ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ହିମାଚଳରେ ୯୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସାଧାରଣତଃ ଏହି ସମୟରେ ୮ ଦଶମିକ ୩ ମିଲିମିଟର ବର୍ଷା ହୁଏ ।