ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ ମହିଳାଙ୍କ ପାଇଁ କଣ ମେସେଜ ଦେବାକୁ ଚାହୁଁଛନ୍ତି ସରକାର

126

କନକ ବ୍ୟୁରୋ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତତା ଏବେକାର ସାଂସଦ ରାହୁଲ ଗାନ୍ଧୀ ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀ କହିବା ଓ କରିବା ଭିତରେ କେତେ ଫରକ ଏବେ ସାରା ଦେଶ ଦେଖୁଛି । ସେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ଉପରେ କହିଛନ୍ତି କି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଦେଶର ବିକାଶ ପାଇଁ ମହିଳାଙ୍କ ସମ୍ମାନ ମିଳିବା ନିହାତି ଆବଶ୍ୟକ । ଏହାସହ ପ୍ରଧାନମନ୍ତ୍ରୀ ନାରୀଶକ୍ତିକୁ ସମର୍ଥନ କରିବାକୁ ଆହ୍ୱାନ ଦେଉଥିବା ବେଳେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକୁଳାଇବା କେତେ ସମୀଚିନ ବୋଲି ରାହୁଲ କହିଛନ୍ତି ।

କହିରଖୁ କି ଗୁଜୁରାଟର ମୁସଲିମ ମହିଳା ବିଲକିସ୍ ବାନୋଙ୍କ ସହ ଦୁଷ୍କର୍ମ କରିଥିବା ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା । ହେଲେ ଏବେ କୋର୍ଟ ସେହି ୧୧ ଜଣଙ୍କୁ ଜେଲରୁ ଛାଡିଦେବା ପରେ ଏହାକୁ ନେଇ ସାରା ଦେଶରୁ ଆଇନ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିବାରେ ଲାଗିଛି । ଏହି କ୍ରମରେ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରି କହିଛନ୍ତି କି ୫ ମାସର ଗର୍ଭବତୀ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ୩ ବର୍ଷର ଶିଶୁକୁ ହତ୍ୟା କରିଥିବା ଅପରାଧୀମାନଙ୍କୁ ଆଜାଦୀ କି ଅମୃତ ମହୋତ୍ସବରେ ଛାଡ କରାଗଲା । ଯେଉଁ ସରକାର ଲାଲକିଲ୍ଳାରେ ନାରୀଶକ୍ତିକୁ ନେଇ ଭାଷଣ ଦେଉଛନ୍ତି ଏଭଳି ଘଟଣା ପରେ ଦେଶକୁ କଣ ମେସେଜ ଦେବାକୁ ଚାହୁଁଛନ୍ତି ।

ସୂଚନା ଥାଉକି, ୨୦୦୨ ମସିହା ମାର୍ଚ୍ଚ ୩ ତାରିଖରେ ଗୋଧ୍ରାକାଣ୍ଡ ପରେ ହୋଇଥିବା ଦଙ୍ଗାରେ ଗୁଜୁରାଟର ଦାହୋଦ ଜିଲ୍ଲା ଲିମଖେଡା ରନ୍ଧିକପୁର ଗ୍ରାମରେ ରହୁଥିବା ବିଲକିସଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା । ଏହି ସମୟରେ ବିଲକିସ ୫ ମାସର ଗର୍ଭବତୀ ଥିଲେ । କିଛି ଲୋକ ବିଲକିସଙ୍କ ସହ ବଳାକ୍ରାର କରିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୧ ଜଣଙ୍କୁ ୨୦୦୪ ମସିହାରେ ଗିରଫ କରାଯାଇଥିଲା । ଏହାପରେ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ହେଲେ ଅଗଷ୍ଟ ୧୫ ଦିନ ସେମାନଙ୍କୁ ଜେଲରୁ ଛାଡ କରାଯାଇଛି ।