କେନ୍ଦ୍ରାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ବନ୍ୟାପାଣି : ସ୍ଥାନାନ୍ତର କରି ରୋଗୀଙ୍କୁ କରାଯାଉଛି ଚିକିତ୍ସା

83

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଲୁଣା, କରାଣ୍ଡିଆ, ପାଇକ, ଚିତ୍ରୋପଳା ନଦୀର ଜଳସ୍ତର । ୫ଟି ପଞ୍ଚାୟତର ଲୋକ ଜଳବନ୍ଦୀରେ ଦିନ କାଟୁଛନ୍ତି । ବନ୍ୟାପାଣିରେ ରୋଗୀ ହଇରାଣ ହେଉଛନ୍ତି ଲୋକେ । ହସ୍ପିଟାଲର ତଳ ମହଲରେ ବନ୍ୟାପାଣି ପଶିବାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

ସେପଟେ, ବୈତରଣୀ ନଦୀରେ ବନ୍ୟା ଆସିବା ପରେ ରାଜକନିକା ବକ୍ଲର କନପୁରୀ, ଗୁଣ୍ଠଳ, ସାନହଳୁପଡ଼ା, ବାଲିସାହି ଗାଁରେ ପାଣି ପଶିଛି । କନପୁରୁ ଗାଁରେ ଲୋକମାନଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ୩ ଦିନ ହେବ ଭୋକ ଉପାସରେ ରହୁଛନ୍ତି ଲୋକମାନେ । ରାତି ହେଲେ ବିଷାକ୍ତ ସାପ, କୁମ୍ଭୀର ଭୟରେ ଜୀବନ ବିତାଉଛନ୍ତି ବନ୍ୟାବିପନ୍ନ ।