ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ ତ୍ରୁଟି । ସୁରକ୍ଷା ବଳୟ ଭେଦି ରାହୁଲଙ୍କୁ ଆଲିଙ୍ଗନ କଲେ ଯୁବକ ।

122

କନକ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ପଞ୍ଜାବରେ ଜାରି ରହିଛି । ରାହୁଲ ଗାନ୍ଧୀ ପ୍ରତିଦିନ ନିଜ ସମର୍ଥକଙ୍କୁ ନେଇ ଆଗକୁ ବଢୁଥିବାବେଳେ, ତାଙ୍କ ପ୍ରତି ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ହେଲେ ଏହାରି ଭିତରେ ମଙ୍ଗଳବାର କଂଗ୍ରେସ ସାଂସଦଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ଭାରତ ଯୋଡ ଯାତ୍ରା ସମୟରେ ଜଣେ ବ୍ୟକ୍ତି ରାହୁଲଙ୍କ ସୁରକ୍ଷା ବଳୟକୁ ଭେଦି ତାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲା । ହେଲେ ଏହି ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ହଟେଇ ଦେଇଥିଲେ ।

ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଯୁବକ ଜଣକ ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛି । ତେବେ ଏହି ଘଟଣାକୁ ରାହୁଲଙ୍କ ସୁରକ୍ଷାରେ ଏକ ବଡ ତ୍ରୁଟି ବୋଲି କୁହାଯାଉଛି ।

ଅନ୍ୟପଟେ ରାହୁଲଙ୍କ ସୁରକ୍ଷାକୁ ନେଇ ଏଜେନ୍ସି ବି ଆଲର୍ଟ ଜାରି କରିଛି । ସୁରକ୍ଷା ଏଜେନ୍ସି ମୁତାବକ, କାଶ୍ମୀରରେ ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ପ୍ରତି ବିପଦ ରହିଥିବା ଅନୁମାନ କରାଯାଉଛି । ଏପରି ସ୍ଥିତିରେ ରାହୁଲ ଗାନ୍ଧୀଙ୍କୁ କିଛି ଜାଗାରେ ପାଦରେ ଚାଲି ଚାଲି ଯିବାକୁ ମନା ହୋଇଛି ।