ଗିରିଧର ଗମାଙ୍ଗଙ୍କ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୟରାମ ପାଙ୍ଗୀ : କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେପିରେ ନେତୃତ୍ୱ ସଙ୍କଟ

129

କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରେ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଛନ୍ତି । ନିକଟରେ କେସିଆର ତାଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ ପରିବର୍ତ୍ତନ କଲେ ଭାରତୀୟ ରାଷ୍ଟ୍ର ସମିତି ବା ବିଆରଏସ ହୋଇଛି । ଏହାପରେ ସାରା ଦେଶରେ ପ୍ରାର୍ଥୀ ଦେବାକୁ ଚିନ୍ତା କେସିଆର । ଏହାରି ଭିତରେ ଦକ୍ଷିଣ ଓଡିଶାର ଜଣେ ପରେ ଜଣେ ନେତା କେସିଆରଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଉଭୟ ଗମାଙ୍ଗ ଏବଂ ପାଙ୍ଗୀ କଂଗ୍ରେସ ଓ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିଲେ । ଉଭୟଙ୍କୁ ବିଜେପି କୋରାପୁଟ ଲୋକସଭା ଆସନ ପାଇଁ ନେତା କରିଛି ।

ହେଲେ ଏବେ ଉଭୟ ନେତା କେସିଆରଙ୍କୁ ଭେଟିବା ପରେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ପାଙ୍ଗୀ ୩ ଦିନ ହେଲା ହାଇଦ୍ରାବାଦରେ ଅଛନ୍ତି । କେସିଆରଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ ପାଙ୍ଗୀ କହିଛନ୍ତି ଯେ, ହାଇଦ୍ରାବାଦରୁ ତାଙ୍କୁ ସାକ୍ଷତ କରିବା ପାଇଁ ନିମନ୍ତ୍ରଣ ଆସିଥିଲା । ଏହି ଦେଖାସାକ୍ଷତ ପରେ କେସିଆରଙ୍କ ଦଳରେ ସାମିଲ ହେବେ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କି ଏହି ପ୍ରଶ୍ନର ଉତ୍ତରରେ, ସମୟ ଆସିଲେ ଜଣାପଡ଼ିବ ବୋଲି ପାଙ୍ଗୀ କହିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗ ଦେବାକୁ ଅଫର ଥିବା କହିଥିଲେ ଶିଶିର ଗମାଙ୍ଗ ।