ମାନହାନୀ ମାମଲା : ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ରାହୁଲ ଗାନ୍ଧୀ , ଆବେଦନ ଦାଖଲ

191

କନକ ବ୍ୟୁରୋ : ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦଣ୍ଡବିଧାନ କରିଥିଲେ ସୁରଟ କୋର୍ଟ । କୋର୍ଟଙ୍କ ଦଣ୍ଡ ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ସହ ତାଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ସୁରଟ କୋର୍ଟ । ସୁରଟ କୋର୍ଟଙ୍କ ରାୟଙ୍କ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ଗୁଜରାଟ ହାଇକୋର୍ଟ ତଳ କୋର୍ଟର ରାୟକୁ କାଏମ ରଖିଥିଲେ । ହାଇକୋର୍ଟରୁ ନିରାଶ ହେବା ପରେ ଏବେ ରାହୁଲ ଗାନ୍ଧୀ ସମାନ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛନ୍ତି ।

ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ଉପରେ ସୁରଟ କୋର୍ଟ ଦଣ୍ଡ ବିଧାନ କରିବା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ବିଭିନ୍ନ କୋର୍ଟରେ ୧୦ ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏହାସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ଅଭିଯୋଗ ବୀର ସବରକରଙ୍କ ନାତି ମଧ୍ୟ ଦାଖଲ କରିଛନ୍ତି ।

ସୂଚନା ଥାଉକି ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକର କୋଲାର ଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଗାନ୍ଧୀ କହିଥିଲେ କି ସବୁ ଚୋରଙ୍କର ସାଙ୍ଗିଆ ମୋଦୀ କିଭଳି ? ରାହୁଲଙ୍କ ଏଭଳି ବୟାନ ବିରୋଧରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଧାରା ୪୯୯ ଓ ୫୦୦ କ୍ରମରେ ଅପରାଧିକ ମାମଲା ରୁଜୁ କରିଥିଲେ ।