ଜନତା ଚିନ୍ତାରେ … ଅହଙ୍କାରୀ ରାଜାଙ୍କ ଛବି ସୁଧାରିବାକୁ ଖର୍ଚ୍ଚ ହେଉଛି ଟଙ୍କା : ରାହୁଲ ଗାନ୍ଧୀ 

123

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ସରକାରୀ ଦଳ ପକ୍ଷରୁ ମହଙ୍ଗାମାଡ ପ୍ରସଙ୍ଗରେ ଦିଆଯାଇଥିବା ଉତ୍ତରର ଜବାବ ରଖିଛନ୍ତି । ମଙ୍ଗଳବାର ସରକାର ଉପରେ ନିଶାନା କରିବାକୁ ଯାଇ ସେ ଅଭିଯୋଗ କରିକହିଛନ୍ତି ଦେଶର ଜନତା ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ରହିଛି । ତେବେ ସରକାର ଜଣେ ଅହଙ୍କାରୀ ରାଜାର ଛବିକୁ ଚମକାଇବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ମନମୁଖୀ ଶାସନ କରୁଥିବା ସରକାର ଚାହୁଁଛି ଲୋକେ ତାର ସବୁକଥାକୁ ବିଶ୍ୱାସ କରନ୍ତୁ । ତେବେ ଏଭଳି କିଛି ହେବାର ନାହିଁ । ସରକାରଙ୍କ ବିରୋଧରେ କଂଗ୍ରେସ ତାର ଲଢେଇ ଜାରି ରଖିବ ।

ଫେସବୁକରେ ରାହୁଲ ପୋଷ୍ଟ କରି ଲେଖିଛନ୍ତି, ନିଜକୁ କେବେ ଏକୁଟିଆ ଭାବନ୍ତୁ ନାହିଁ, କଂଗ୍ରେସ ଆପଣଙ୍କ ସ୍ୱର ଏବଂ ଆପଣ କଂଗ୍ରେସର ଶକ୍ତି । ମନମୁଖୀ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ଲୋକଙ୍କ ସ୍ୱର ଦବାଇଦେବାକୁ ଚେଷ୍ଟା କରାଯାଉଛି । ଆମକୁ କିନ୍ତୁ ଏହା ବିରୋଧରେ ଲଢେଇ କରିବାକୁ ପଡିବ । ଆପଣଙ୍କ ପାଇଁ ମୁଁ ଆଉ ମୋ ଦଳ କଂଗ୍ରେସ ଲଢେଇ କରିବା ଆପଣ ଜାଣିଛନ୍ତି ବର୍ତ୍ତମାନ ଦେଶରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବା ଦରକାର । ଆପଣ ଭଲଭାବେ ଜାଣିଛନ୍ତି ।