ପାର୍ଥ ଚାଟାର୍ଜୀଙ୍କୁ ବିଚ୍ ରାସ୍ତାରେ ଜୋତା ଫୋପାଡିଲେ ମହିଳା, ଜାଣନ୍ତୁ କାରଣ

125

କନକ ବ୍ୟୁରୋ : ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ଏବେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି । ଏହି କ୍ରମରେ ତାଙ୍କର ବାନ୍ଧବୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ୫୦ କୋଟିରୁ ଅଧିକ ଟଙ୍କା ମିଳିବା ପରେ ଅର୍ପିତା ବି ଏବେ ଇଡିର ହେପାଜତରେ । ଏହି ମାମଲା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି । ବିରୋଧୀମାନେ ମମତା ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ହେଲେ ଆଜି ଜଣେ ମହିଳା ପାର୍ଥ ଚାଟାର୍ଜୀଙ୍କ ଉପରକୁ ଜୋତା ଫୋପାଡିବା ପରେ ଏହି ମାମଲାକୁ ନେଇ ପଶ୍ଚିମବଙ୍ଗର ଲୋକେ ମମତା ସରକାରଙ୍କ ଉପରେ କେତେ କ୍ରୋଧିତ ଅଛନ୍ତି ତାହା ସାମ୍ନାକୁ ଆସିଛି ।

ସୂଚନା ମୁତାବକ ପାର୍ଥ ଟାଟାର୍ଜୀଙ୍କ ଇଡି ତରଫରୁ ମେଡିକାଲ ଟେଷ୍ଟ ପାଇଁ ଅଣାଯାଇଥିଲା । ସେଠାରୁ ମେଡିକାଲ ଟେଷ୍ଟ ସାରି ପାର୍ଥଙ୍କୁ ହ୍ୱିଲ ଚେୟାର ସହାୟତାରେ ବାହାରକୁ ଅଣାଯାଉଥିବା ବେଳେ ଜଣେ ମହିଳା ହଠାତ ପାର୍ଥଙ୍କ ଉପରକୁ ଜୋତା ଫୋପାଡିଥିଲେ । ଏହି କ୍ରମରେ ସେ କହିଥିଲେ କି ନେତାମାନେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି ।

 

କହିରଖୁ କି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଘୋଟାଲା ହୋଇଥିବା ନେଇ ହାଇକୋର୍ଟରେ ଅଭିଯୋଗ ପରେ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହି ମାମଲାକୁ ପ୍ରଥମେ ସିବିଆଇ ଯାଂଚ କରୁଥିଲା । ଏହାପରେ ଏଥିରେ ଅର୍ଥ ହେରଫେର ହୋଇଥିବା ଜଣାପଡିବା ପରେ ଏହି ମାମଲାରେ ହସ୍ତକ୍ଷେପ କରିଥିଲା ଇଡି । ଇଡି ଏନେଇ ଚଢାଉ ଆରମ୍ଭ କରିଥିଲା । ଏଥିରେ ପାର୍ଥଙ୍କ ବାନ୍ଧବୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ୫୦ କୋଟିରୁ ଟଙ୍କା ଜବତ ହେବା ପରେ ଏବେ ଇଡି ପାର୍ଥ ଓ ଅର୍ପିତାଙ୍କର ବିଭିନ୍ନ ଠିକଣାରେ ଚଢାଉ ଜାରି ରଖିଛି ।