ଭାରତଯୋଡ ନ୍ୟାୟ ଯାତ୍ରାରେ କୁକୁର ବିସ୍କୁଟକୁ ନେଇ ବିବାଦ । କର୍ମୀଙ୍କୁ ରାହୁଲ କୁକୁର ବିସ୍କୁଟ ଦେଉଥିବା ଭିଡିଓ ଜାରି କରି ଦାବି କଲା ବିଜେପି

1,721

କନକ ବ୍ୟୁରୋ : ଭାରତଯୋଡ ନ୍ୟାୟଯାତ୍ରାରେ କୁକୁର ବିସ୍କୁଟକୁ ନେଇ ବିବାଦ । ଝାଡ଼ଖଣ୍ଡରେ ନ୍ୟାୟଯାତ୍ରା ଚାଲିଥିବା ସମୟରେ ବିଜେପି ସୋସିଆଲ ମିଡିଆ ପେଜରେ ଏକ ଭିଡିଓ ପୋଷ୍ଟ କରିଥିଲା । ଯେଉଁଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରୋଡ ଶୋ କରୁଥିବାବେଳେ ହଠାତ ପାଖରେ ଥିବା ଏକ କୁୁକୁରକୁ ବିସ୍କୁଟ ଖାଇବାକୁ ଦେଇଥିଲେ । ତେବେ କୁକୁର ବିସ୍କୁଟ ନଖାଇବାରୁ ରାହୁଲ ସେହି ବିସ୍କୁଟ ପାଖରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ଏହାକୁ କଟାକ୍ଷ କରି ବିଜେପି କହିଛି ରାହୁଲ କଂଗ୍ରେସକର୍ମୀଙ୍କୁ କୁକୁର ବିସ୍କୁଟ ଖାଇବାକୁ ଦେଉଛନ୍ତି । ଭିଡିଓ ଭାଇରାଲ ହେବା ପରେ ରାହୁଲ ଜବାବ ରଖିଛନ୍ତି ଓ କହିଛନ୍ତି ଭିଡିଓକୁ ଭୁଲ ଭାବେ ଊପସ୍ଥାପନ କରାଯାଇ ବିବାଦ କରୁଛି ବିଜେପି । କୁକୁର ଭୟଭୀତ ହେବାରୁ ତାକୁ ଖାଇବାକୁ ଦେଇଥିଲି । କୁୁକୁର ନଖାଇବାରୁ ବିସ୍କୁଟ ତା ମାଲିକକୁ ଦେଇ ତାକୁ ଖୁଆଇବା ପାଇଁ କହିଥିଲେ । ଏଥିରେ କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।