ଚର୍ଚ୍ଚାରେ ରାଜନେତା ଓ ବଲିଉଡ ନାୟିକାଙ୍କ ରୋମାନ୍ସର ଖବର । ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଭିଡିଓ ଭାଇରାଲ

2,786

କନକ ବ୍ୟୁରୋ : ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଓ ଆପ୍ ସାଂସଦ ତଥା ପଞ୍ଜାବର ଲୋକପ୍ରିୟ ରାଜନେତା ରାଘବ ଚଡ୍ଡା । ଏମାନେ ପରସ୍ପରକୁ ଡେଟ୍ କରୁଥିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଛି, ଯେତେବେଳେ ଦୁହିଁଙ୍କୁ ମୁମ୍ବାଇର ଏକ ରେଷ୍ଟରାଂଟ ବାହାରେ ଏକାଠି ଦେଖିବାକୁ ମିଳିଛି । ଏପରିକି ରେଷ୍ଟୁରାଂଟକୁ ଆସିଥିବା ବେଳେ ଉଭୟ ମାଚିଙ୍ଗ କରି ଡ୍ରେସ ପିନ୍ଧିଥିଲେ,ଯାହା ସାଧାରଣରେ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି । ଡିନର ବେଳେ ପରିଣୀତି ଓ ରାଘବ ଦୁହେଁ ହ୍ୱାଇଟ୍ କଲର ଆଉଟଫିଟରେ ନଜର ଆସିଥିଲେ । ହେଲେ କ୍ୟାମେରା ଆଗରେ ସ୍ପଟ ହେବା ବେଳେ ରାଘବ ମୁହଁ ନ ଖୋଲି ଚାଲିଯାଇଥିବା ବେଳେ ପିରିଣୀତି କିନ୍ତୁ ଫଟୋ ଫୋଜ୍ ଦେଇଥିଲେ । ହେଲେ ଡେଟ୍ ଖବରକୁ ନେଇ କେହି ଏବେ ସୁଦ୍ଧା ମୁହଁ ଖୋଲିନାହାନ୍ତି । ଡିନରର ଗୋଟେ ଦିନ ପରେ ପୁଣି ଲଂଚରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାଜନେତା ଓ ବଲିଉଡ ମଧ୍ୟରେ ସମ୍ପର୍କ କିଛି ନୂଆ କଥା ନୁହେଁ । ଏବେ ପରିଣୀତି ଓ ରାଘବ ଚଡ୍ଡାଙ୍କୁ ନେଇ ସେପରି ଚର୍ଚ୍ଚା ଶୁଣିବାକୁ ମିଳୁଛି । ଯଦିଓ କେହି ଏନେଇ ମୁହଁ ଖୋଲିନାହାନ୍ତି, ତଥାପି ଉଭୟଙ୍କ ଡିନର ଓ ଲଂଚ ବେଳର ମାଚିଙ୍ଗ କପଡା ସେମାନଙ୍କ ଡେଟ୍ର ଭିତିରିଆ ସମ୍ପର୍କକୁ ଖିଅ ଯୋଗାଉଛି ।