କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କ ହଲ୍ଲାବୋଲ । ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କଲେ ୧୪ ବିରୋଧୀ ଦଳ

94

କନକ ବ୍ୟୁରୋ : ଶୁକ୍ରବାର ପୁଣି ଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କ ମେଳ ଦେଖିବାକୁ ମିଳିଛିି । ଆଦାନୀ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କ ନିକଟରେ ସେହି ସମାନ ଦାବି ପୁଣି ଥରେ ରଖିଛନ୍ତି । ଜେପିସି ଗଠନ ଦାବି କରି ମାମଲାର ଫୁଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ବିରୋଧୀ । ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଏହି ଦାବି ନେଇ କିଛି ଦିନ ହେବ ସଂସଦରୁ ସଡକ ପର୍ଯ୍ୟନ୍ତ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ବିକ୍ଷୋଭ କରୁଛନ୍ତି ।

କଂଗ୍ରେସ ସମେତ ୧୪ ବିରୋଧୀ ଦଳ ଏହି ବିରୋଧ ପ୍ରର୍ଦଶନରେ ସାମିଲ ହୋଇ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତିି । ବିରୋଧପ୍ରଦର୍ଶନ ସମୟରେ କିଛି ସାଂସଦଙ୍କୁ ପୁଲିସ ଉଠାଇ ନେଇଥିବାବେଳେ କିଛି ସମୟ ପରେ ଛାଡି ଦେଇଥିବା ସୂଚନା ରହିଛି । ବିନା ଅନୁମତିରେ ବିଜୟଚୌକରେ ପ୍ରଦର୍ଶନ କରୁଥିବା ଯୋଗୁଁ ପୁଲିସ ସହ ସାଂସଦ ମୁହାଁମୁହିଁ ହୋଇଛନ୍ତି । ସ୍ଥିତିକୁ ଦେଖି ପୂରା ଇଲାକାରେ ୧୪୪ ଧାରା ଜାରି କରାଯାଇଛି ।

ଯେବେଠୁ ହିଣ୍ଡନବର୍ଗ ରିପୋର୍ଟ ଭାରତ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଦୁର୍ନୀତିର ରିପୋର୍ଟ ପ୍ରକାଶ କରିଛି ସେବେଠୁ ମୋଦି ସରକାରଙ୍କୁ ଘେରି ଜେପିସି ଗଠନ କରି ତଦନ୍ତ କରିବାକୁ ଦାବି କରୁଛନ୍ତି ବିରୋଧୀ । ଅନ୍ୟପଟେ ମାନାହାନି ମାମଲରେ ରାହୁଲଙ୍କୁ ଜେଲ ଦଣ୍ଡାଦେଶ ସହ ଲୋକସଭା ସଦସ୍ୟତା ପଦ ରଦ୍ଧକୁ ନେଇ ଆକ୍ରାତ୍ମକ ହୋଇପଡିଛି କଂଗ୍ରେସ ।