ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବଡ ବୟାନ । କହିଲେ ରାଫେଲ୍ ଦେଖି ଚୀନ୍ ଏବେ ବ୍ୟତିବ୍ୟସ୍ତ ।

127

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ଭିତରେ ବଡ ବୟାନ ରଖିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ରାଫେଲକୁ ଦେଖି ଚୀନ୍ ବ୍ୟସ୍ତ ହୋଇପଡିଥିବା କହିଛନ୍ତି ବାୟୁସେନା ମୁଖ୍ୟ । ଚୀନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନ ମୁତୟନ କରିଛି । ବିଶେଷ କରି ବାୟୁସେନାର ରାଫେଲ ସୀମାରେ ଉଡାଣ ଭରୁଥିବାରୁ ଚୀନ୍ ବ୍ୟତିବ୍ୟସ୍ତ ହୋଇପଡିଛି କି ବୋଲି ପ୍ରଶ୍ନ ପଚରାଯିବାରୁ ଏହାର ଉତ୍ତରରେ ନିଶ୍ଚିତ ଭାବରେ ଚୀନ୍ ବ୍ୟସ୍ତ ହୋଇପଡିଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ଏଥିପାଇଁ ବେଜିଂ ପକ୍ଷରୁ ଏହାର ମୁକାବିଲା କରିବା ଲାଗି ଏକାଧିକ ଜେ-ଟ୍ୱେଂଟି ଯୁଦ୍ଧ ବିମାନ ଭାରତ ସୀମାକୁ ଲାଗି ମୁତୟନ କରାଯାଇଥିବା କହିଛନ୍ତି । ଭାରତକୁ ରାଫେଲ ଆସିବା ପରେ ହିଁ ଚୀନ୍ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ।