ପାକିସ୍ତାନ ଉପରେ ଇରାନର ସର୍ଜିକାଲ୍ ଷ୍ଟ୍ରାଇକ୍! ପାକିସ୍ତାନ ଭିତରେ ପଶି ନିଜ ଦେଶର ଗାର୍ଡଙ୍କୁ ମୁକୁଳାଇଲା ।

191

କନକ ବ୍ୟୁରୋ: ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ । ଏଥର ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି ଇରାନ୍ । ନିଜ ଦେଶର ଦୁଇ ଜଣ ଯବାନଙ୍କୁ ପାକିସ୍ତାନରୁ ମୁକୁଳାଇବାକୁ ଇରାନ୍ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ଆଉ ସଫଳତାର ସହ ଏଥିରେ ସଫଳ ମଧ୍ୟ ହୋଇଛି ।

ସୂଚନା ମୁତାବକ, ଦୁଇ ବର୍ଷ ତଳେ ଜୈଶ ଉଲ୍ ଅଦଲ ସଙ୍ଗଠନ ଇରାନର ୧୨ ଜଣ ଗାର୍ଡକୁ ପାକିସ୍ତାନକୁ ଅପହରଣ କରି ନେଇଯାଇଥିଲା । ସେଥିମଧ୍ୟରୁ ଗତ ୨୦୧୮ ମସିହାରେ ପାଞ୍ଚ ଜଣ ସୈନିକଙ୍କୁ ଛାଡି ଦେଇଥିଲା । ଏହାପରେ ୨୦୧୯ ମସିହା ମାର୍ଚ୍ଚ ୯ ତାରିଖରେ କିଛି ଇରାନୀ ସୈନିକଙ୍କୁ ପାକିସ୍ତାନ ସେନା ଉଦ୍ଧାର କରିଥିଲା । ହେଲେ ଏହାପରେ ବି ଦୁଇ ଜଣ ଇରାନ ଗାର୍ଡ ଏହ ସଙ୍ଗଠନ ହାତରେ ବନ୍ଦୀ ହୋଇ ରହିଥିଲେ । ଏହାପରେ ଇରାନ ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ୍ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଆତଙ୍କବାଦୀ ସଙ୍ଗଠନ ଜୈଶ ଉଲ ଅଦଲକୁ ଟାର୍ଗେଟ କରାଯାଇଥିଲା । ଆଉ ତା ଆଡ୍ଡା ଉପରେ ଇରାନ୍ ସେନା ଆକ୍ରମଣ କରିବା ସହିତ ନିଜ ସାଥୀମାନଙ୍କୁ ଉଦ୍ଧାର କରିଛି । ଯାହା ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି ।