ରାଫେଲ୍ ଡିଲ୍ ଦେଇଛି ମୋଦୀଙ୍କୁ ବାଷ୍ଟିଲ ଡେ ପରେଡ୍ ଟିକେଟ୍ । ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟୁଇଟରରେ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ।

136

କନକ ବ୍ୟୁରୋ: ଦୁଇଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କର ଏହି ଗସ୍ତରେ ସେ ଫ୍ରାନ୍ସରେ ସହିତ ଏକାଧିକ ଚୁକ୍ତି କରିଥିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିଲେ । ଏପରିକି ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଇଥିଲେ ଭାରତର ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ ଦ ଲିଜନ୍ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ବାଷ୍ଟିଲ ଡେ ପରେଡରେ ମୋଦୀ ସାମିଲ ହେବା ପରେ ଏହାକୁ ନେଇ ଭାରତରେ ଆରମ୍ଭ ହେଇଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀଙ୍କୁ ଟାର୍ଗେଟ କରିବା ସହିତ ରାଫେଲ୍ ଡିଲ୍ ତାଙ୍କୁ ବାଷ୍ଟିଲ ଡେ ପରେଡର ଟିକେଟ୍ ଦେଇଛି ବୋଲି ଟୁଇଟ୍ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି ଯେ, ଫ୍ରାନ୍ସ ସହ ରାଫେଲ୍ ଡିଲ୍, ମୋଦୀଙ୍କୁ ବାଷ୍ଟିଲ୍ ଡେ ପରେଡର ଟିକେଟ୍ ଦେଇଛି । ଯେତେବେଳେ ମଣିପୁର ଜଳୁଛି, ୟୁରୋପୀୟ ସଂଘର ସଂସଦ ଭାରତର ଆନ୍ତରିକ ମାମଲାରେ ଚର୍ଚ୍ଚା କରୁଛନ୍ତି । ସେତେବେଳେ କିନ୍ତୁ ପ୍ରଧାନମନ୍ତ୍ରୀ ଚୁପ୍ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଜୁଲାଇ ୧୪ ତାରିଖରେ ଫ୍ରାନ୍ସରେ ବାଷ୍ଟିଲ ଡେ ପରେଡ୍ ଆୟୋଜିତ ହେଇଥିଲା । ଏହିଦିନ ଫ୍ରାନ୍ସର ସେନା ପରେଡ୍ କରିଥାଏ । ଏଥର ବାଷ୍ଟିଲ ଡେ ପରେଡର ମୁଖ୍ୟ ଅତିଥି ଭାବେ ବିଦେଶ ଯାଇଥିଲେ ମୋଦୀ । ଯାହାକୁ ନେଇ ଏବେ ରାଜନୀତି ବଢିବାରେ ଲାଗିଛି । ଏହି ଗସ୍ତ ସମୟରେ ଫ୍ରାନ୍ସ ସହିତ ଭାରତର ସାମରିକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହେଇଛି ।