ବେଗୁନିଆରେ ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ । ବାପା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇ ଆରମ୍ଭ କଲେ ପ୍ରଚାର

309

କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ । ତାଙ୍କର ଏହି ତିରୋଧାନ ଦିବସରେ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କୁ ମନେ ପକାଉଛି ସାରା ରାଜ୍ୟ   । ସାହିତ୍ୟ ରାଜନୀତି, ସାମ୍ବାଦିକତାରେ ଥିଲେ ସେ ତ୍ରିବେଣୀ ସଙ୍ଗମ । ସଂସ୍କୃତରେ ଥିଲା ତାଙ୍କର ଅଗାଢ ପାଣ୍ଡିତ୍ୟ । ତାଙ୍କୁ ମନେ ପକାଇ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଆୟୋଜିତ ହୋଇ ଯାଇଛି ସ୍ମୃତି ଚାରଣ କାର୍ଯ୍ୟକ୍ରମ । ଏହି ଅବସରରେ ଜାନକୀ ବଲ୍ଲଭ ସ୍ମୃତି କମିଟି ସମ୍ପାଦକ ସଂଜୟ ପଟ୍ଟନାୟକଙ୍କ ଆବହକତ୍ୱରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଶିକ୍ଷାବିତ୍ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ଜାନକୀ ବଲ୍ଲଭଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଆଶିର୍ବାଦ ନେଇଥିଲେ ।

ଏହି କ୍ରମରେ ପୃଥୀବଲ୍ଲଭ ଆଜି ହଜାର ହଜାର ଲୋକଙ୍କ ସହ ସାମିଲ ହୋଇ ନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କରିଛନ୍ତି । ସୂଚନା ଥାଉକି, ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ତରଫରୁ ପୃଥ୍ୱୀବଲ୍ଲଭଙ୍କୁ କଂଗ୍ରେସ ବେଗୁନିଆ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି ।