କେନ୍ଦ୍ର ନେତୃତ୍ୱଙ୍କ ଘନ ଘନ ଗସ୍ତ ବେଳେ କଂଗ୍ରେସର ଓଡିଶା ପ୍ଲାନ । ଖୁବଶୀଘ୍ର ଓଡିଶା ଆସିବେ କଂଗ୍ରେସର ଅନ୍ୟ ଷ୍ଟାର ପ୍ରଚାରକ ।

162

କନକବ୍ୟୁରୋ :ବିଜେପି ପରି ଓଡ଼ିଶା ଉପରେ ଏବେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱର ନଜର । ବିଜେପିର ବଡ଼ ବଡ଼ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଆସୁଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ । ନିକଟରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ପ୍ରଚାର କରିଥିଲେ । ଖୁବ୍ ଶୀଘ୍ର ଓଡ଼ିଶା ଆସିବେ କଂଗ୍ରେସର ଅନ୍ୟ ଷ୍ଟାର ପ୍ରଚାରକ ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସିବେ । ଏହାସହ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସଚିନ ପାଇଲଟ ଓ ରେବନ୍ତ ରେଡ୍ଡି ଓଡ଼ିଶା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । କେବେ ଆସିବେ, ଏନେଇ ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ ହୋଇନାହିଁ ।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଗତ ୨୮ ତାରିଖରେ ରାହୁଲ ଗାନ୍ଧୀ କଟକ ସାଲେପୁରରେ ଏବଂ ଗତ ସପ୍ତାହରେ ରାୟଗଡାରେ ଭିଡିଓ କନଫରେନସିଂ ଜରିଆରେ ପ୍ରଚାର କରିଥିଲେ ।