କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କଳସ ଯାତ୍ରା କରି ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ଶହ ଶହ ମହିଳାଙ୍କ କଳସ ଯାତ୍ରାରେ ସାମିଲ ହୋଇ ପ୍ରଚାର ଆରମ୍ଭ କରିଛନ୍ତି । ପାଇକମାଲ ଠାରେ ବିଞ୍ଝାଲ ସମାଜ ପକ୍ଷରୁ ମା’ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଯୁବ ପିଢୀଙ୍କୁ ସମାଜ ସହ ଜଡିତ ହୋଇ ଆଗକୁ ଆସିବା ପାଇଁ ସେ କହିଛନ୍ତି ।