ଟାଟା ପାୱାରର ବିରୋଧରେ ପ୍ରତିବାଦ । ଡିଭିଜିନାଲ ଅଫିସ୍ ଘେରାଉ କଲେ ଶତାଧିକ କୃଷକ ।

78

କନକ ବ୍ୟୁରୋ: ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଜୁଲମ ଓ ଶୋଷଣ ପ୍ରତିବାଦରେ ବିକ୍ଷୋଭ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟାଟା ପାୱାର ଡିଭିଜନାଲ ଅଫିସ ଘେରାଉ କରିଛନ୍ତି ଶତାଧିକ କୃଷକ । ଜଳେଶ୍ୱର ଗ୍ୟାରେଜ ବଜାର ଠାରୁ ଏକ ଶୋଭାଯାତ୍ରାରେ ଆସି ଟାଟା ପାୱାର ଅଫିସ ନିକଟରେ ପ୍ରତିବାଦ କରିଛନ୍ତି । ଚାଷୀଙ୍କୁ ବିଦ୍ୟୁତ ବିଲ ଛାଡ କରିବା ,ଉଠା ଜଳସେଚନ ପଏଣ୍ଟରେ ମିଟର ବସାଇବା ବନ୍ଦ କରିବା, ଯେଉଁ ପଏଣ୍ଟରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି, ସେଠାରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବା, ଛୋଟ ଦୋକାନୀ ଓ ଉଠା ଦୋକାନୀଙ୍କୁ ବ୍ୟବସାୟିକ ବିଲରୁ ବାଦ ଦେବା, ମିଟର ତଥା ଟ୍ରାନ୍ସଫର୍ମର ଚାର୍ଜ ଆଦାୟ ବନ୍ଦ କରିବା ସହ ଗରିବ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ଦାବି ହୋଇଛି । ଏହାସହ ଘରୋଇ ଉପଭୋକ୍ତା ଓ ଚାଷୀଙ୍କ ଠାରୁ ଅତିରିକ୍ତ ବିଲ ଆଦାୟ ବନ୍ଦ କରିବା ଦାବି କରିଛି କୃଷକ ମଞ୍ଚ ।