କଳାହୀରାର କଳା କାରବାର: ଦିନରେ କୋଇଲା ଖୋଳି, ରାତିରେ ପଡୋଶୀ ଛତିଶଗଡକୁ ହେଉଛି ଚୋରା ଚାଲାଣ ।

155

କନକ ବ୍ୟୁରୋ: କଳାହୀରାର କଳା କାରବାର । ଦିନରେ କୋଇଲା ଖୋଳା ହୁଏ ଆଉ ରାତିରେ ଚୋରା ଚାଲାଣ ହୁଏ ଛତିଶଗଡ । ବିଗତ ଦିନରେ ଖଣି ର୍ଦୁନୀତିକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ବି ଚାଲିଛି ବେଆଇନ ଖଣି ଖନନ ଓ ପରିବହନ । ସୁନ୍ଦରଗଡ ଜିଲ୍ଲା ହେମିଗିର ବ୍ଲକ ରମ୍ଫିଆ କୋଲ ବ୍ଲକର ଚୋରା ଚାଲାଣ ଗ୍ରାଉଣ୍ଡ ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ ।

ଦିନରେ ଖୋଳାହୁଏ ଏବଂ ରାତିରେ ପଡୋଶୀ ରାଜ୍ୟ ଛତିଶଗଡ ଓ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କୋଇଲା ଚୋରା ଚାଲାଣ କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖୋଲମଖୋଲା ଭାବରେ ଦିନ ତମାମ କୋଇଲା ଖୋଳା ହେଉଛି । ଗୋଟିଏ କି ଦୁଇଟି ନୁହଁ ୧୦ରୁ ଅଧିକ ଖୋଲା ମୁହଁ କୋଇଲା ଖଣି ଖୋଲା ଚାଲିଛି । ଏବଂ ରାତିରେ ଟ୍ରାକ୍ଟର ଏବଂ ଟ୍ରକ ଯୋଗେ ଚାଲାଣ ହେଉଛି ପଡୋଶୀ ଛତିଶଗଡକୁ । ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍