ପ୍ରଜାତନ୍ତ୍ର ଓଡିଆ ଜନଜୀବନର ସଠିକ ଦର୍ପଣ: ଧର୍ମେନ୍ଦ୍ର ପ୍ରଧାନ 

97

କନକ ବ୍ୟୁରୋ: ପ୍ରଜାତନ୍ତ୍ର ଓଡିଆ ଜନଜୀବନର ସଠିକ ଦର୍ପଣ । କଟକରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବିଭାଷଣ ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଓଡିଶାକୁ ନୂଆ ପରିଚୟ ଦେବାର ଦିନ । ଦେଶର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେଉଛି ସେତେବଳେ ଆମ ଓଡିଆଙ୍କ ଅନ୍ୟତମ ପରିଚୟ ପ୍ରଜାତନ୍ତ୍ର ବି ୭୫ ବର୍ଷ ପୂର୍ତ୍ତି କରିଛି । ପ୍ରଜାତନ୍ତ୍ର କେବଳ ରାଜନୈତିକ ଉଦ୍ଦେଶ୍ୟର ପ୍ରବର୍ତ୍ତକ ନୁହେଁ ଏହା ମାଗଦର୍ଶକ ମଧ୍ୟ ଥିଲା । ଓଡିଆ ଜନଆକାଂକ୍ଷାର ସଠିକ ଦର୍ପଣ ଥିଲା । ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଥିବ ସେତେବେଳେ ପ୍ରଜାତନ୍ତ୍ର ମଧ୍ୟ ଶହେ ବର୍ଷରେ ପଦାର୍ପଣ କରିବ । ତେବେ ସେତେବେଳେ କଟକରେ ବିଶ୍ୱର ପରିଚୟ ତିଆରି କରିବା ପାଇଁ ଆମେ ସଙ୍କଳ୍ପ ନେବା । ଏହା ଆମର ପରିଚୟ ହୋଇପାରିବ ।