ଓଡ଼ିଶା ଝିଅ ମହାମହିମ, ‘ଏଇ ହିଁ ତ ଅଚ୍ଛେ ଦିନ୍’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଲେ ଗୃହମନ୍ତ୍ରୀ । 

231

କନକ ବ୍ୟୁରୋ: କଟକରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ମନେ ପକାଇଥିଲେ ଅମିତ ଶାହ । ଶାହା କହିଥିଲେ ଓଡ଼ିଶା ଝିଅ ମହାମହିମ, ‘ଏଇ ହିଁ ତ ଅଚ୍ଛେ ଦିନ୍’ । ଆଜି ଦେଶର ସର୍ବୋଚ୍ଚ ପଦରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ରହିଛନ୍ତି । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଓଡିଶା ପାଇଁ ଅଚ୍ଛେ ଦିନର ସଙ୍କେତ । ସମ୍ବିଧାନ ସଭାରେ ଆଦିବାସୀଙ୍କୁ ସ୍ଥାନ ମିଳିନଥିଲା । ତେବେ ଏବେ ସେହି ଆଦିବାସୀ ବର୍ଗରୁ ଆସୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ସମ୍ବିଧାନର ସର୍ବୋଚ୍ଚ ପଦର ଅଛନ୍ତି ଯାହା ଗର୍ବର ବିଷୟ । ରାଜ୍ୟ ଉପରେ ଅନେକ ଗୁରୁ ଦାୟିତ୍ୱ ରହିଛି । ଦେଶର ବଡବଡ ଦାୟିତ୍ୱରେ ଓଡିଆ ଲୋକ ରହିଛନ୍ତି । ତେଣୁ ଓଡିଶା ପାଇଁ ଅଚ୍ଛେ ଦିନ ଆସିସାରିଛି ।