ପ୍ରିୟଙ୍କା ଗାନ୍ଧୀ ବସିଥିବା ସ୍କୁଟିରେ ଲାଗିଲା ଫାଇନ । ବିନା ହେଲମେଟରେ ଯିବା ସହ ନିୟମ ଭାଙ୍ଗିଥିବାରୁ ୬୧୦୦ ଟଙ୍କାର ଚାଲାଣ କାଟିଲା ପୋଲିସ

435

କନକ ବ୍ୟୁରୋ: ନେତାଙ୍କ ଉପରେ ପଡିଲା ଫାଇନ । କଂଗ୍ରେସ ନେତାଙ୍କ ଗାଡି ଉପରେ କଟିଲା ଟ୍ରାଫିକ ଚାଲାଣ । ପ୍ରିୟଙ୍କା ଗାନ୍ଧୀ ବସିଥିବା ସ୍କୁଟି ନାଁରେ ଜରିମାନା କାଟିଲା ଲକ୍ଷ୍ନୌ ପୋଲିସ । ବିନା ହେଲମେଟରେ ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନର ପୂର୍ବତନ ବିଧାୟକ ଧୀରଜ ଗୁର୍ଜାର ଯାଉଥିବାରୁ ଫାଇନ କଟାଗଲା । ତେବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ପ୍ରିୟଙ୍କା ଗାନ୍ଧୀ ବସିଥିବା ସ୍କୁଟି ଉପରେ ଆଜି ୬୧୦୦ ଟଙ୍କା ଜରିମାନା କଟାଯାଇଛି ।

ଖାଲି ହେଲମେଟ ପାଇଁ ନୁହେଁ ବରଂ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୨୫୦୦, ନିୟମ ଭାଙ୍ଗିଥିବାରୁ ୩୦୦, ନମ୍ବର ପ୍ଲେଟ ଭୁଲ ଥିବାରୁ ୩୦୦ ଏବଂ ବେପରୁଆ ଗାଡି ଚାଳନା ପାଇଁ ୨୫୦୦ ଟଙ୍କାର ଚାଲାଣ କଟାଯାଇଛି ।

ତେବେ ଗତକାଲି ଲକ୍ଷ୍ନୌ ପୋଲିସ ପ୍ରିୟଙ୍କା ଗାନ୍ଧୀ ଓ ଧୀରଜ ଗୁର୍ଜାରଙ୍କୁ ରାସ୍ତାରେ ଅଟକାଇଥିଲା ପୋଲିସ । ନିୟମ ଭାଙ୍ଗି ବିନା ହେଲମେଟରେ ଗାଡି ଚଳାଇ ଯାଉଥିବା ବେଳେ ଉଭୟଙ୍କୁ ଅଟକାଇଥିଲେ ପୋଲିସ । ନାଗରିକତା ଆଇନ ବିରୋଧ କରି ଜେଲରେ ଥିବା ପୂର୍ବତନ ଆଇପିଏସ ଅଫିସରଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ବସିଥିବା ସ୍କୁଟିକୁ ଅଟକାଇ ଚାଲାଣ କଟାଯାଇଥିଲା । ବିନା ହେଲମେଟରେ ଯାଉଥିବା ଦେଖି ପୋଲିସ ଅଟକାଇବା ପରେ ସ୍କୁଟିର ସବୁ କାଗଜ ପତ୍ର ଯାଞ୍ଚ କରି ଆଜି ଚାଲାଣ ପଠାଇଛି ପୋଲିସ ।

ତେବେ ଚାଲାଣ କଟାଯିବା ପରେ ପ୍ରିୟଙ୍କା କହିଛନ୍ତି କି ମୋତେ ଜବରଦସ୍ତି ଅଟକାଯାଇଛି । ଜଣେ ମହିଳା ପୋଲିସ ରାସ୍ତା ଉପରେ ମତେ ଠେଲି ଦେଲେ ଆଉ ମୁଁ ତଳେ ପଡିଗଲି । ତେଣୁ ମୁଁ ନିଷ୍ପତ୍ତି ନେଇଛି କି ଯେଉଁ ଲୋକମାନେ ପୋଲିସ ଅତ୍ୟାଚାରର ଶିକାର ହେଉଛନ୍ତି ତାଙ୍କ ପାଇଁ ପୋଲିସ ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବି ।