ଧର୍ମ ପରେ ଜାତିକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ । କହିଲେ, ନୂଆ ସଂସଦ ଭବନ ଉଦଘାଟନକୁ ରାଷ୍ଟ୍ରପତିଙ୍କୁ ନଡାକିବା ଜାତିବାଦର ତାଜା ଉଦାହରଣ

237

କନକ ବ୍ୟୁରୋ : ପୁଣି ବିବାଦରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ । ସନାତନ ଧର୍ମକୁ ନେଇ ଉଦୟନିଧି ରଖିଥିବା ବୟାନକୁ ନେଇ ବିବାଦ ଥମି ନଥିବା ବେଳେ ଜାତିକୁ ନେଇ ଏବେ ପୁଣି ଏକ ବୟାନ ରଖିଛନ୍ତି । ନୂଆ ସଂସଦ ଭବନ ଉଦଘାଟନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ନିମନ୍ତ୍ରଣ କରାନଯିବା ଜାତିବାଦର ତାଜା ଉଦାହରଣ । ଜାତିବାଦକୁ ନେଇଥିବା ଭେଦଭାବର ଉଦାହରଣ ଭାବେ ଏହି ଘଟଣାକୁ ଉପସ୍ଥାପନ କରିବା ସହ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କାହାଣୀ କହିଛନ୍ତି । ଛୋଟ ଜାତିର ହୋଇଥିବା ଯୋଗୁଁ ଏକଲବ୍ୟଙ୍କୂୁ ଧନୁବିଦ୍ୟା ଶିକ୍ଷା ଦେବାକୁ ମନ କରିଦେଇଥିଲେ । ନିଜ ସମାର୍ଥ୍ୟ ବଳରେ ସେ ଧନୁବିଦ୍ୟାରେ ନିପୁଣ ହେବା ପରେ ତାଙ୍କଠାରୁ ଆଙ୍ଗୁଠିକୁ ଦକ୍ଷିଣା ଭାବେ ମାଗିଥିଲେ ।