ଭୁବନେଶ୍ୱର ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆଇନଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ନେଇ ଡିସିପିଙ୍କ ଆଲୋଚନା

172

କନକ ବ୍ୟୁରୋ: ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା ଓ ପାର୍କିଂ ଆଦି ପ୍ରସଙ୍ଗରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇଥିଲେ । ବିଧାୟକଙ୍କ ସହ ବାଲିଯାତ୍ରା କମିଟିର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ଗୁରୁତ୍ୱାରୋପ କରିଥିଲେ। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୨୦୧୯ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲୁଥିବା ବେଳେ ଗତ ୨ ବର୍ଷ ହେଲା କରୋନା ପାଇଁ ବନ୍ଦ ଥିଲା। ତେବେ ଓଡ଼ିଶାର ଐତିହ, କଳା, ପରମ୍ପରା ,ଏକତାର ବାର୍ତ୍ତା ଦେବା ପାଇଁ କମିଟିର ସମସ୍ତ ସଦସ୍ୟ ବଦ୍ଧପରିକର ଥିବା କହିଛନ୍ତି । ୮ ଦିନ ଧରି ରାଜଧାନୀ ବାଲିାଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ ଏବଂ  ୩୦୦ରୁ ଅଧିକ ଷ୍ଟଲ ପଡିବ । ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା କରାଯାଇଛି । ଆଜିର ଏହି ବୈଠକରେ ଅତିରିକ୍ତ ଡିସିପି, ଏସିପି ଜୋନ ୫, ଟ୍ରାଫିକ ଡିସିପି, ମଞ୍ଚେଶ୍ୱର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।