ବିଭିନ୍ନ ଦଳର ହେଭିୱେଟ ନେତା ଆଜି କରିବେ ପ୍ରଚାର । କନ୍ଧମାଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କରିବେ ପ୍ରଚାର ସମାବେଶ

94

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ହେଭିୱେଟ ନେତା । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସୁଥିବା ସୂଚନା ମିଳିଛି । ଆଜି ଖଡଗେ ଭୁବନେଶ୍ୱର ପହଂଚିବା ପରେ ମେ ଫେୟାରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହାପରେ ଅପରାହ୍ଣ ୩ଟାରେ ଫୁଲବାଣୀରେ ଏକ ପ୍ରଚାର ସମାବେଶକୁ ସମ୍ବୋଧନ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର କୌଣସି ଶୀର୍ଷ ନେତୃତ୍ୱ ଓଡିଶାକୁ ପ୍ରଚାର ପାଇଁ ଆସିନଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ଅଣ୍ଟା ଭିଡିଛି ।

ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେଓ ସାଏ ଆଜି ସୁନ୍ଦରଗଡ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟା ୩୦ରେ ବିଷ୍ଣୁଦେଓ ସାଏ ସୁନ୍ଦରଗଡ ବାଲିଶଙ୍କରା ପଡିଆରେ ବିଜୟସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ । ଏହାପରେ ଦିନ ଗୋଟାଏରେ ବରଗଡ ଜିଲ୍ଲା ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ଅପରାହ୍ଣ ୩ଟାରେ ବଲାଙ୍ଗୀର ଉଲୁଣ୍ଡା କଲେଜ ପଡିଆରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର ସମାବେଶ କରିବା କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ବିଜେପିର ଷ୍ଟାର ପ୍ରଚାରକ ତଥା ଆସାମ ମ୍ରୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବ୍ରଜରାଜନଗର, ବଣେଇ, ଅତାବିରା ଓ ଜଟଣୀରେ ସଭା କରି ପ୍ରଚାର କରିବେ । ସେହିପରି ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବଲାଙ୍ଗୀରରେ ଆଜି ପ୍ରଚାର କରିବେ ।