କରୋନା ଲଢେଇ ମଧ୍ୟରେ ଦିଲ୍ଲୀର ଲାଲକିଲ୍ଲାରେ ସ୍ୱାଧୀନତା  ଦିବସ ପାଇଁ ପ୍ରସ୍ତୁତି : ଚାଲିଛି ରିହର୍ସଲ; ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଦେଶବାସୀଙ୍କୁ ଅପେକ୍ଷା

235

କନକ ବ୍ୟୁରୋ :  ଆଉ ଦିନକ ପରେ  ଦେଶ ପାଳିବ ସ୍ୱାଧୀନତା ଦିବସ ।  ଲାଲକିଲ୍ଲାରେ ପ୍ରବଳ ବର୍ଷା ଭିତରେ ସଂପନ୍ନ ହୋଇଛି ଫୁଲ୍ ଡ୍ରେସ୍ ରିହରସଲ୍ । ସାମାଜିକ ଦୂରତା ରକ୍ଷା କରି ଏଥର ଦର୍ଶକଙ୍କ ବସିବା ବ୍ୟବସ୍ଥା ହୋଇଛି । ଅତିଥୀଙ୍କ ତାଲିକାରେ ମଧ୍ୟ ବହୁ ହ୍ରାସ କରାଯାଇଛି । କରୋନା କାରଣରୁ ଏଥର ଓପନ୍ ପାସ୍ ବ୍ୟବସ୍ଥା ବନ୍ଦ ରହିଛି । ଅର୍ଥାତ୍ ଦିଲ୍ଲୀ ଲାଲକିଲ୍ଲାରେ ପରେଡ କାର୍ଯ୍ୟକ୍ରମ ପାଇଁ ସୀମିତ ରହିବ ଅତିଥୀ ସଂଖ୍ୟା । ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ଭିତରେ ମୋଦି ଦେଶବାସୀଙ୍କୁ କି ସଂବୋଧନ କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରତିକୂଳ ପାଗ ସତ୍ୱେ ଫୁଲ ଡ୍ରେସ୍ ରିହରସଲ୍ କରାଯିବା ଦୃଶ୍ୟ ଥିଲା ଦେଖିବା ପରି । ଦେଶର ଯବାନଙ୍କ ମନୋବଳକୁ ଭାଂଗି ପାରିନଥିଲା ବର୍ଷା ।ଏଥର ଲାଲକିଲ୍ଲା ପରେଡରେ ପ୍ରାୟ ୨ ହଜାର ମଧ୍ୟରେ ଅତିଥୀ ସଂଖ୍ୟା ରହିବ ବୋଲି ଆକଳନ କରାଯାଇଛି ।