ଦେଶର ଟିକସ ବ୍ୟବସ୍ଥାରେ ଆସିବ ସୁଧାର : ସେପ୍ଟେମ୍ୱର ୨୫ରୁ ଲାଗୁ ହେବ କ୍ୟାସଲେସ୍ ଟିକସ ବ୍ୟବସ୍ଥା, ନୂଆ ଆଇନରେ ଆୟକରଦାତାଙ୍କୁ ମିଳିଲା ୩ ସୁବିଧା ; ମୋଦି କହିଲେ କରଦାତାଙ୍କୁ ପ୍ରୋତ୍ସାହିତ କରିବ ନୂଆ ବ୍ୟବସ୍ଥା

491

କନକ ବ୍ୟୁରୋ : ଦେଶର ଟିକସ ଦାତାଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ଟିକସ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ମୋଦି ସରକାର । ଏଥର ଟିକସ ପ୍ରଦାନ ପାଇଁ ଆଉ ସମସ୍ୟାରେ ପଡିବାକୁ ପଡିବନି ଟିକସଦାତାଙ୍କୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ନୂଆ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଟ୍ରାନ୍ସପାରେଂଟ ଟାକ୍ସେସନ୍ , ଅନରିଙ୍ଗ୍ ଦ ଅନେଷ୍ଟ ନାମରେ ଏହି ପ୍ଲାଟଫର୍ମ ଆରମ୍ଭ ହୋଇଛି । ଏହି ଅବସରରେ ମୋଦି କହିଛନ୍ତି ଏହି ନୂଆ ପ୍ଲାଟଫର୍ମ ସହିତ ଏକ ବିଂଶ ଶତାବ୍ଦୀର ନୂଆ ଟିକସ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଯେଉଁଥିରେ କ୍ୟାସଲେସ୍ ଆସେସମେଂଟ ଏବଂ ଟାକ୍ସ ପେୟର ଟାର୍ଟର ପରି ବ୍ୟବସ୍ଥାରେ ବଡ ପରିବର୍ତନ ଅଣାଯାଇଛି । ଘରେ ରହି ଟେକ୍ନଲଜିର ବ୍ୟବହାର କରି ଜଣେ କରଦାତା ଏହି ଟ୍ରାନ୍ସପରେଂଟ ଟାକ୍ସେସନ୍ ଅନରିଙ୍ଗ ଦ ଅନେଷ୍ଟ ପ୍ଲାଟଫର୍ମ ଜରିଆରେ ଟିକସ ପ୍ରଦାନ କରିପାରିବ । ଏହା ଅଧିକ ଭରସାଜନକ ବି ରହିବ । ଏବେ ଟିକସ ପ୍ରଦାନ କ୍ଷେତ୍ରରେ ଆଉ ମୁହଁ ଦେଖା କିଂବା ପରିଚିତ ମୁହଁ ଖୋଜିବାକୁ ପଡିବନି । ଘରେ ବସି ଟେକ୍ନଲଜି ଜରିଆରେ ଏହାର ସମାଧାନ ହେବ ।

ତେବେ ଆୟକର ବିଭାଗକୁ ମଧ୍ୟ ଦେଶର ଅସଲ କରଦାତାଙ୍କ ସମ୍ମାନ ରଖିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତମାନ ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ଦେଢ କୋଟି ଲୋକ ଟିକସ ପ୍ରଦାନ କରୁଛନ୍ତି । ଯାହାକି ଅତି ନଗନ୍ୟ । ତେଣୁ ଏହି ନୂଆ କ୍ୟାସଲେସ୍ ଟିକସବ୍ୟବସ୍ଥା ଆସିବା ପରେ ଏହି ସଂଖ୍ୟାରେ ସୁଧାର ଆସିବ । ଆଗାମୀ ଅଗଷ୍ଟ ୧୫ ତାରିଖରୁ ଦେଶର ଜନସାଧାରଣ କର ପ୍ରଦାନ କରିବାକୁ ଶପଥ ନେବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Comments are closed.