ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା । ୨୪ ଘଣ୍ଟାରେ ୪୦ ହଜାର ପରୀକ୍ଷା ହୋଇଥିବା କହିଲେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଗାମୀ ଦିନରେ ଟାର୍ଗେଟ ୫୦ ହଜାରରୁ ଅଧିକ । 

261

କନକ ବ୍ୟୁରୋ : ରାଜ୍ୟରେ ବଢିବ ଟେଷ୍ଟିଂ ସଂଖ୍ୟା ।  ଦୈନିକ ୧ ଲକ୍ଷ ଟେଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।  ଆଂଟିଜେନ ଟେଷ୍ଟ ଆହୁରି ବଢିବ । ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି,   ଟେଷ୍ଟିଂ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଦିନକରେ ଲକ୍ଷେ ଟେଷ୍ଟିଂ କରିବାକୁ  ସରକାର ଲକ୍ଷ୍ୟ ରଖିଛନ୍ତି ।

 ଏହାଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯାଇପାରିବ ।  ରାପିଡି ଆଂଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି ।  ଏବେ ଅଧିକାଂଶ କମ୍ପାନୀ  କିଟ ପ୍ରସ୍ତୁତ କରୁଥିବାରୁ  କିଟର ଅଭାବ ରହିବ ନାହି ାଁ  ଅଜୟ ପରିଡା ଆହୁରି କହିଛନ୍ତି, କରୋନା ରାଜ୍ୟରେ ପିକ ଆଡକୁ  ଆସିଛି । ଏହି ଟ୍ରେଣ୍ଡ ଜାରି ରହିଲେ କମିବ ।