ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ପ୍ରମିଳା ।

183

କନକ ବ୍ୟୁରୋ : ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା ।

ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା । କିଏ ପରବର୍ତ୍ତୀ ବାଚସ୍ପତି ହେବେ ତାହାକୁ ନେଇ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ପ୍ରମିଳାଙ୍କ ନାଁରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ । ପ୍ରମିଳା ବାଚସ୍ପତି ଭାବେ ଶପଥ ନେବା ପରେ ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି ।