କେମିତି ହେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ ? ସେନ୍‌ସରି ପାର୍କ ପୁଷ୍କରଣୀରୁ ମିଳିଥିବା ଶବ

1,932

କନକ ବ୍ୟୁରୋ : କେମିତି ହେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା ସେ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଟ୍ରାଫିକ୍ ଗେଟ୍ ନିକଟସ୍ଥ ସେନ୍ସରୀ ପାର୍କ ପରିସରସ୍ଥ ପୁଷ୍ପରଣୀରୁ ନିକଟରେ ୩୫ ବର୍ଷୀୟ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେ ଏଡିଏମ୍ କାର୍ଯ୍ୟାଳୟର ଜମିଜମା ବିଭାଗ ଦାୟିତ୍ୱରେ ଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୁସ୍ମିତା ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ ବୋଲି ସୂଚନା ରହିଛି ।

ତେବେ ଏହା ନିଜ ଚାକିରି କ୍ଷେତ୍ରରେ ସମସ୍ୟା ନା ପାରିବାରିକା ସମସ୍ୟା ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ଗତ ଶୁକ୍ରବାରଠାରୁ ସୁସ୍ମିତା ମିଞ୍ଜ ଘରକୁ ଫେରି ନଥିଲେ । ଘରକୁ ନ ଫେରିବାରୁ ସୁସ୍ମିତାଙ୍କ ଭାଇ ଗତ ରବିବାର ସ୍ଥାନୀୟ ଥାନାରେ ତାଙ୍କ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପରଦିନ ଅର୍ଥାତ୍ ସୋମବାର ସୁସ୍ମିତାଙ୍କୁ ଷ୍ଟେସନ ନିକଟସ୍ଥ ଏକ ହୋଟେଲ ପରିବାର ଲୋକ ପାଇଥିଲେ । ମଙ୍ଗଳବାର ଅପରାହ୍ନ ୩ଟା ୧୫ ମିନିଟରେ ସେନସରୀ ପାର୍କ ପୁଷ୍କରଣୀରେ ମହିଳାଙ୍କ ଶବ ଭାସୁଥିବା ଦେଖି ସୁରକ୍ଷାକର୍ମୀ ଥାନାକୁ ସୂଚନା ଦେଇଥିଲେ ।