ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ । ଏଣିକି ମିଳିବ ୧୦ ଗୁଣା ଅଧିକ ପଇସା ।

210

କନକ ବ୍ୟୁରୋ: ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ ବୋର୍ଡ । ଟ୍ରେନ୍ ଦୁର୍ଘଟଣାରେ ଏଣିକି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ରେଳବୋର୍ଡ ତରଫରୁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯିବ । ପୂର୍ବରୁ ଏହି କ୍ଷତିପୂରଣ ରାଶିର ପରିମାଣ ମାତ୍ର ୫୦ ହଜାର ଥିଲା । ଯାହାକୁ ଏବେ ବୃଦ୍ଧି କରାଯାଇଛି ।

ଅନ୍ୟପଟେ ଟ୍ରେନ୍ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହେଲେ ଏଣିକି ତାଙ୍କୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ପୂର୍ବରୁ ଏହା ମାତ୍ର ୨୫ ହଜାର ଟଙ୍କା ଥିଲା । ସେହିପରି ଟ୍ରେନ୍ ଦୁର୍ଘଟଣାରେ ସାମାନ୍ୟ ଆହତ ହେଲେ ଏଣିକି, ରେଳ ବୋର୍ଡ ତରଫରୁ ତାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ପୂର୍ବରୁ ଏହି କ୍ଷତିପୂରଣ ରାଶିର ପରିମାଣ ମାତ୍ର ୫ ହଜାର ଥିଲା ।

ମିଳିଥିବା ରିପୋର୍ଟ ମୁତାବକ, ଏହି ସଂଶୋଧିତ କ୍ଷତିପୂରଣ ରାଶି ଲେବଲ୍ କ୍ରସିଂ ଉପରେ ହେଉଥିବା ଦୁର୍ଘଟଣା ଉପରେ ମଧ୍ୟ ଲାଗୁ ହେବ । ତା ସହିତ ରେଳ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର ଭାବେ ଆହତ ହେଲେ ସେମାନଙ୍କୁ ମଧ୍ୟ ହସ୍ପିଟାଲ ସମ୍ଭନ୍ଧୀୟ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।