ବାହାନଗାରେ ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି : ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁ ବୁଲାଇ ଚାଲିଗଲେ ମନ୍ତ୍ରୀ

559

କନକ ବ୍ୟୁରୋ : ବାଲେଶ୍ୱର ବାହାନଗାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭାରେ କଟିଗଲା ବିଜୁଳି । ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭା ଚାଲିଥିବା ବେଳେ ବିଜୁଳି କାଟ୍ ହୋଇଛି । ବାହାନଗାରେ ଚାଲିଥିବା ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟୁତ କାଟ ଯୋଗୁଁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ହଟହଟା ହୋଇଛନ୍ତି । ପାୱାର କଟ୍ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁ ବୁଲାଇ, ବୁମ୍ ଏଡାଇ ଚାଲିଗଲେ ମନ୍ତ୍ରୀ ପ୍ରତାପ ଦେବ । ଗତ କିଛି ଦିନ ତଳେ ପାୱାର କଟ୍ ହେଉନଥିବା କହି ସମାଲୋଚିତ ହେଉଛନ୍ତି ଶକ୍ତିମନ୍ତ୍ରୀ । ଏହାସହ ରାଜ୍ୟରେ ଭିତିଭୂମି ଦୁର୍ବଳ ଥିବା କହିଥିଲେ ଶକ୍ତିମନ୍ତ୍ରୀ ।