ବିଜୁଳି ସମସ୍ୟା ଦେଖାଦେଲେ ତୁରନ୍ତ କର ସମାଧାନ, ସୋସିଆଲ ମିଡ଼ିଆରେ ଅଭିଯୋଗ ଆସିଲେ ତୁରନ୍ତ ନିଅ ପଦକ୍ଷେପ । ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

781

କନକ ବ୍ୟୁରୋ : ରାଜ୍ୟରେ ଅଘୋଷିତ ବିଜୁଳି କାଟକୁ ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ବିଜୁଳି ବିଭ୍ରାଟ୍ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ବିଶେଷକରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇପାରିବ ଏବଂ ଯେଉଁଠି ବିଜୁଳି ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ୍ କାଟ୍ ସମସ୍ୟାକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବ ଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଛିନ୍ନ ବିଦ୍ୟୁତ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡ଼ିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ଯଥାଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜୁଳି କଟିବା ନେଇ ଲୋକଙ୍କ ଫୋନ କଲ ଆସିଲେ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।