ଡାକ ଜମା ନାଁରେ କୋଟିଏରୁ ଅଧିକ ଟଙ୍କା ଚଳୁ : ଠକ ମହିଳା ଗିରଫ; ୯୮ ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ୍ ଜବତ

918

କନକ ବ୍ୟୁରୋ : ମହିଳା ଖାଇଗଲେ କୋଟିଏରୁ ଅଧିକ ଟଙ୍କାର ଡାକ ଜମା । ଏହି ଅଭିଯୋଗରେ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ୱର୍ଣ୍ଣଲତା ଦାସ ଗିରଫ ହୋଇଛନ୍ତି । ଜଗତସିଂହପୁରରୁ ଠକ ମହିଳାଙ୍କୁ ଗିରଫ କରିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ । ତାଙ୍କ ଘରୁ ୯୮ ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ୍ ଜବତ କରିଛି ପୋଲିସ ।

୨ ବର୍ଷ ହେଲା ଠକ ମହିଳା ଜଣଙ୍କ ଜମାକାରୀଙ୍କ ଡିପୋଜିଟ୍ ଟଙ୍କାକୁ ଧୂଳିସାତ କରିଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା । ଓଲଡ ଟାଉନ କେଦାର ଲେନରେ ଠକ ମହିଳା ଜଣଙ୍କ ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ନେଇ ଲୋକଙ୍କୁ ଚୁନା ଲଗାଉଥିବା ଜଣେ ମହିଳା ଜମାକାରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ତଦନ୍ତ କରୁଥିଲା ଲିଙ୍ଗରାଜ ଥାନା ପୋଲିସ । ଆଜି ତାଙ୍କୁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରାଯାଇଛି ।