ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲା: ସିଙ୍ଗର ସମର ସିଂ ଗିରଫ

227

କନକ ବ୍ୟୁରୋ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ ଆସିଛି । ଏହି ମାମଲାରେ ଫେରାର ଥିବା ସିଙ୍ଗର ସମର ସିଂକୁ ପୁଲିସ ଗିରଫ କରିଛି । ସମର ଓ ଆକାଂକ୍ଷା ସମ୍ପର୍କରେ ଥିଲେ । ଅଭିନେତ୍ରୀଙ୍କ ମା’ ତାଙ୍କ ଝିଅର ମୃତ୍ୟୁ ପାଇଁ ସମର ସିଂଙ୍କୁ ଦୋଷାରୋପ କରିଥିଲେ ।

ଅଭିନେତ୍ରୀ ଆକାଂକ୍ଷାଙ୍କ ମୃତ୍ୟୁ ପରେ ସମର ସିଂ ଫେରାର ହୋଇଯାଇଥିଲା । ଏହି ମାମଲାରେ ପୁଲିସ ତନାଘନା ଜାରି ରଖିଛି । ଆକାଂକ୍ଷାଙ୍କୁ ସମର ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ ଆକାଂକ୍ଷାଙ୍କ ମା’ । ମାର୍ଚ୍ଚ ୨୬ ତାରିଖରେ ବାରାଣସୀର ଏକ ହୋଟେଲରୁ ଆକାଂକ୍ଷାଙ୍କ ମୃତଦେହ ମିଳିଥିଲା । ରୁମର ପଙ୍ଖାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା ।