ଭାରତୀୟ ମହିଳାଙ୍କୁ ମିଳିଲାନି ମେଡିକାଲରେ ବେଡ, ଇସ୍ତଫା ଦେଲେ ପର୍ତ୍ତୁଗାଲ ସ୍ୱାସ୍ଥ୍ୟମନ୍ତ୍ରୀ

574

କନକ ବ୍ୟୁରୋ : ଗୋଟିଏ ଛୋଟ ଦେଶ ପର୍ତ୍ତୁଗାଲର ଜଣେ ମନ୍ତ୍ରୀଙ୍କ ମାନବିକତା ଆଜି ପୁଣିଥରେ ବଡ ବଡ ଗଣତନ୍ତ୍ର ରାଷ୍ଟ୍ରର ମନ୍ତ୍ରୀ ଓ ଲୋକପ୍ରତିନିଧିଙ୍କୁ ଭାବିବାକୁ ବାଧ୍ୟ କରିଛି । ଭାରତ ଭଳି ଏକ ମହାନ ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନ କରୁଥିବା ବେଳେ ଗଣମାଧ୍ୟମର ରିପୋର୍ଟ କହୁଛି ୭୦୦ କୃଷକ ମୃତ୍ୟୁବରଣ କଲେ । ହେଲେ ଏଭଳି ଏକ ଖବର ଜାଣିବା ପରେ ବି ଶାସନ ଗାଦିରେ ବସିଥିବା ମନ୍ତ୍ରୀମାନଙ୍କ କଥା ତ ଦୂରର କଥା ପ୍ରଧାନମନ୍ତ୍ରୀ ବି ସମବେଦନା ଜଣାଇ ନଥିଲେ । ହେଲେ ଏକ ଛୋଟ ଦେଶ ପର୍ତ୍ତୁଗାଲ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାନବିକତା ଆଜି ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଏଠାରେ ଏକ ମେଡିକାଲରେ ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ବେଡ ମିଳିଲା ନାହିଁ । ଯାହା ଫଳରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଛି । ଏ ଖବର ଶୁଣିବା ପରେ ସେ ସଂଗେ ସଂଗେ ତାଙ୍କ ଅପରାଗତାକୁ ହୃଦୟଙ୍ଗମ କରି ଇସ୍ତଫା ଦେଇଛନ୍ତି ।

ସୂଚନା ମୁତାବକ ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ଥିବା ଏକ ହସ୍ପିଟାଲକୁ ଅଣାଯାଇଥିଲା । ହେଲେ ପ୍ରସୂତି ବିଭାଗ ୱାର୍ଡରେ ବେଡ ନମିଳିବାରୁ ତାଙ୍କୁ ଆଡମିଶନ କରାଯାଇ ପାରି ନଥିଲା । ଏହି ପରିପେକ୍ଷୀରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଉଥିବା ବେଳେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏ ଖବର ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ତ୍ତର୍ା ଟେମିଡୋ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

କହିରଖୁ କି କିଛିିଦିନ ହେବ ପର୍ତ୍ତୁର୍ଗାଲ ହସ୍ପିଟାଲଗୁଡିକରେ କର୍ମଚାରୀ ଓ ଡାକ୍ତର ଅଭାବ କାରଣରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ଏନେଇ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି ।