କାହା ପାଇଁ ସରକାରୀ ଯୋଜନା ? କେଉଁ ଆଧାରରେ ଗରିବ ଲୋକଙ୍କୁ ଦିଆଯାଉଛି ସରକାରୀ ଆବାସ ? ଗୋଟିଏ ଘରେ ରହୁଛନ୍ତି ଗାଈ ଓ ମଣିଷ

80

କନକ ବ୍ୟୁରୋ : ଅବହେଳିତ ବୃଦ୍ଧ ଦମ୍ପତି ନିରଂଜନ ଜେନା ଓ ଦୁଃଖିନୀ ଜେନା । ଦୁଇ ଗାଈଙ୍କ ସହିତ ଝାଟି ମାଟି କୁଡିଆରେ ଜରିପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଘରର ଗୋଟିଏ ପଟେ ଗାଈ ଅନ୍ୟପଟେ ରହୁଛନ୍ତି ବୃଦ୍ଧ ଦମ୍ପତି । ଘର ସାରା ପାଣି କାଦୁଅରେ ସରସର । ଘରର କୌଣସି କବାଟ ନାହିଁ । ମାତ୍ର କେଇ ହାତ ଜାଗାରେ ରୋଷେଇବାସ, ଖିଆପିଆ ସହ ଗୃହପାଳିତ ପଶୁଙ୍କ ସହ ବୃଦ୍ଧ ଦମ୍ପତିଙ୍କ ରହଣୀ ।

୭୦ ବର୍ଷିୟ ସ୍ୱାମୀ ନିରଂଜନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ, ଠେଙ୍ଗା ଧରି ସ୍ତ୍ରୀଙ୍କ ଭରସାରେ ଚଲାବୁଲା କରୁଛନ୍ତି । ଏଭଳି ସ୍ଥିତିରେ ଦୁଇ ଗାଇ ଓ ସ୍ୱାମୀଙ୍କ ସେବା ଶ୍ରୁଶୁସା କରି ସରକାରୀ ଯୋଜନାରେ ଘରଡ଼ିହ ପଟ୍ଟା ଖଣ୍ଡେ ପାଇଁ ଅନେଇ ରହିଛନ୍ତି ଦୁଃଖିନୀ । ସେପଟେ ଜିଲ୍ଲାପାଳ କହିଛନ୍ତି ଯଦି ସେମାନେ ଚାହିଁବେ ପ୍ରଶାସନ ପକ୍ଷରୁ ବୃଦ୍ଧାଶ୍ରମରେ ରଖିବା ପାଇଁ ସୁ ବନ୍ଦୋବସ୍ତ କରାଯିବ । ନଚେତ ଜମି ପଟ୍ଟା ପାଇଁ ତହସିଲ ଅଫିସରେ ଆବେଦନ କଲେ ଯଥାଶୀଘ୍ର ନିୟମ ଅନୁଯାୟୀ ଜମିପଟ୍ଟା ପ୍ରଦାନ କରାଯିବ ।

କେବେ ରାଜ୍ୟସରକାରଙ୍କ ଦୃଷ୍ଟି ଏ ବୃଦ୍ଧ ଦମ୍ପତିଙ୍କ ଉପରେ ପଡିବ ଓ ସେମାନେ ଘର ଖଣ୍ଡେ ପାଇବେ । ନା ସେଇ ଭଙ୍ଗା କୁଡ଼ିଆରେ ଜରିପାଲ ତଳେ ଶେଷ ଜୀବନ କାଟିବେ ତାକୁ ହିଁ ଅପେକ୍ଷା ।