ସମବାୟ ସମିତିରେ ବି ସରପଞ୍ଚ ସ୍ୱାମୀଙ୍କ ରାଜ୍ । ଚାଷୀଙ୍କ ଅଜାଣତରେ ଗଠନ କଲେ ସମିତି । କଟକ ଏଆରସିଏସଙ୍କ ଦ୍ୱାରସ୍ତ ହେଲେ ଚାଷୀ

295

କନକ ବ୍ୟୁରୋ : କୃଷି ସମବାୟ ସମିତି ଖୋଲିଛି କିଏ? କେଉଁ ଆଧାରରେ କରାଯାଇଛି ସଭାପତି, ସଂପାଦକ ଓ ସଭ୍ୟ ଚୟନ? ସଭ୍ୟମାନେ ଚାଷୀ ନା ଅନ୍ୟ କୌଣସି ବୃତ୍ତିର? ସୂଚନା ଅଧିକାର ଆଇନ୍ ଖୋଲି ଦେଇଛି ସମବାୟ ସମିତିର ସତ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଂଚାୟତରେ ନବଗଠିତ ଅନନ୍ତ କିଶୋର କୃଷି ସେବା ସମବାୟ ସମିତିରେ ସଭ୍ୟ ଚୟନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି ।

ପଂଚାୟତସ୍ତରରେ ଚାଷୀଙ୍କ ସହ ବୈଠକ କରି ଯୋଗ୍ୟତା ଭିତିରେ ଚାଷୀଙ୍କୁ ନେଇ ସମବାୟ ସମିତି ଗଠନ କରିବାର ନିୟମ ରହିଛି । ହେଲେ କଟକ ନିଶ୍ଚିନ୍ତକୋଇଲିରେ ବିନା ବୈଠକରେ ସମବାୟ ସମିତି ଖୋଲିଯାଇଛି       । ଏବଂ ସେଠାରେ ମୁଷ୍ଟିମେୟ ବ୍ୟକ୍ତିଙ୍କୁ ସଦସ୍ୟ କରାଯାଇଥିବା ଅଭିଯୋଗ ହୋଉଛି । ତେବେ ଘରେ ନପଶୁଣୁ ଚାଳ ବାଜିବା ଭଳି ଆରମ୍ଭରୁ ଅନିୟମିତତା ହୋଇଥିବା ସମବାୟ ସମିିତିର ଭବିଷ୍ୟତକୁ ନେଇ ଚିନ୍ତା ବଢିଛି । ଗଠନ କରାଯାଇଥିବା ସମିତିକୁ ଅସିଦ୍ଧ ଘୋଷଣା କରି ନୂଆ ସମିତି ଗଢିବାକୁ ଦାବି ହେଉଛି ।

ଚାଷୀଙ୍କ ଉଦେଶ୍ୟରେ ହୋଇଥିବା ସେବା ସମବାୟ ସମିତିର ଜାଲିଆତି ବାବଦରେ ପୁଂଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି ।