ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି : ୭ ପର୍ଯ୍ୟାୟ ନିର୍ବାଚନ ପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି

96

କନକ ବ୍ୟୁରୋ : ଆଜି ଉତ୍ତରପ୍ରଦେଶର ପ୍ରଥମ ପର୍ଯାୟ ମତଦାନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ମୋଟ ୪୦୩ ବିଧାନସଭା ଆସନ ଭିତରୁ ପ୍ରଥମ ପର୍ଯ୍ୟାୟରେ ୫୮ଟି ଆସନ ପାଇଁ ଭୋଟିଂ ଚାଲିଛି । ଏଥିରେ ମୋଟ୍ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

୧୧ଟି ଜିଲ୍ଲାର ପ୍ରାୟ ୨ କୋଟି ୨୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସାତଟି ପର୍ଯ୍ୟାୟରେ ୟୁପିରେ ନିର୍ବାଚନ ହେବ । ୭ ମାର୍ଚ୍ଚରେ ସପ୍ତମ ତଥା ଅନ୍ତିମ ପର୍ଯାୟ ଭୋଟିଂ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ଏଥର ନିର୍ବାଚନରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।

ୟୁପି ଭୋଟର ୧୦ ବଡ କଥା :-

୧. ମୋଟ ୫୮ ଆସନ ମଧ୍ୟରୁ ଅଧିକାଂଶ ଆସନ ପଶ୍ଚିମ ୟୁପିରେ ରହିଛି
୨. କିଷାନ ଆନ୍ଦୋଳନର ଗଡ ରହିଛି ଏହି ପଶ୍ଚିମ ୟୁପି
୩. ଜାଟଗଡରେ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ୍
୪. ଜାଟ୍ ଓ କୃଷକଙ୍କ ସମର୍ଥନ ସବୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ
୫. ମଇଦାନରେ ୭୪ ମହିଳାଙ୍କ ସମେତ ୬୨୩ ପ୍ରାର୍ଥୀ
୬. ବିଏସପି ଗଡରେ ହେଉଛି ଭୋଟ, ବିଜେପି-ସପା କଡା ଚ୍ୟାଲେଞ୍ଜର ସମ୍ମୁଖୀନ
୭. ସବୁ ମତଦାନ କେନ୍ଦ୍ରରେ ଭିଡିଓଗ୍ରାଫିର ବ୍ୟବସ୍ଥା
୮. ଆଜି ଯୋଗୀ ମନ୍ତ୍ରିମଣ୍ଡଳର ୯ ମନ୍ତ୍ରୀଙ୍କ ହେଉଛି ଭାଗ୍ୟପରୀକ୍ଷା
୯. ଅଧିକାଂଶ ଆସନରେ ବିଜେପି, ସପା, ବସପା ଓ କଂଗ୍ରେସ ମଧ୍ୟରେ ଟକ୍କର
୧୦. କରୋନା ନିୟମ ଅନୁସାରେ ମଧ୍ୟରେ ଚାଲିଛି ଭୋଟଗ୍ରହଣ