ଫେସପ୍ୟାକ୍ ଲଗାଉଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ହୋଇପାରେ ଆଲର୍ଜି ।

103

କନକ ବ୍ୟୁରୋ: ଫେସପ୍ୟାକ ଲଗାଇବା ପୂର୍ବରୁ କିମ୍ବା ପରେ କିଛି ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । କାରଣ ଫେସମାସ୍କ ଲଗାଇବା ତରିକା ଏପଟସେପଟ ହେଲେ ସ୍କିନ ଆଲର୍ଜି ହେବାର ଯଥେଷ୍ଟ ହେବାର ସମ୍ଭାବନା ଥାଏ । ତେଣୁ ଆଲର୍ଜିରୁ ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ନିମ୍ନ ପ୍ରଦତ୍ତ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ।

ମୁହଁରେ ଫେସପ୍ୟାକ୍ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇବା ଆବଶ୍ୟକ । କାରଣ ଧୂଳିକଣା ତଥା କିଛି ତେଲିଆ ଅଂଶ ଥାଇ ମୁହଁରେ ଫେସମାସ୍କ ଲଗାଇଲେ ବ୍ରଣ ଭଳି ସମସ୍ୟା ଦେଇଥାଏ । ତେଣୁ ଭଲଭାବେ କୌଣସି ନ୍ୟାଚୁରାଲ କ୍ଲିଞ୍ଜର ହେଉ ବା ସାଧାପାଣିରେ ଭଲ ଭାବେ ମୁହଁକୁ ଧୋଇବା ପରେ ହିଁ ଫେସମାସ୍କ ଲଗାନ୍ତୁ ।

ଅନେକ ଭାବନ୍ତି ଯେ, ମୋଟା ଲେୟାର ଯୁକ୍ତ ବା ଡବଲ ଲେୟାର ମାସ୍କ ଲଗାଇଲେ ତ୍ୱଚାରେ ଅଧିକ ଭଲ ପ୍ରଭାବ ପଡିବ । କିନ୍ତୁ ସେପରି କିଛି ନୁହେଁ । ଏମିତି କିଛି ଖାସ୍ କାରଣ ନାହିଁ । ପତଳା ଲେୟାର ଫେସ୍ ମାସ୍କ ହିଁ ମୁହଁ ପାଇଁ ଯଥେଷ୍ଟ । ମୋଟା ଲେୟାର ମାସ୍କ ଶୁଖିବା ପାଇଁ ଅଧିକ ସମୟ ନିଏ । ତେଣୁ ୨୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ମୁହଁରେ ଫେସମାସ୍କ ଲଗାନ୍ତୁ ନାହିଁ ।

ମୁହଁକୁ କେବେବି ରଗଡିକି ଧୁଅନ୍ତୁ ନାହିଁ । ଏହାଦ୍ୱାରା ମୁହଁରେ ନାଲିନାଲି ଦାଗ ଦୃଷ୍ଟି ହୁଏ । ତେଣୁ ମାସ୍କ ଶୁଖିବା ପରେ ତାହାକୁ ଓଦା କପଡାରେ ପୋଛନ୍ତୁ ।

ଫେସପ୍ୟାକ୍ ଯୋଗୁଁ ମୁହଁରେ ନ୍ୟାଚୁରାଲ ଅଏଲ ମଧ୍ୟ କିଛି ସମୟ ପାଇଁ ରୁହେ ନାହିଁ । ତେଣୁ ଫେସପ୍ୟାକ୍ ଲଗାଇବା ପରେ କିଛି କ୍ରିମ ଲଗାନ୍ତୁ । ଏହାଦ୍ୱାରା ତ୍ୱଚା ଚେହେରା ଶୁଷ୍କ ହୋଇନଥାଏ ।