ତୱାଙ୍ଗ ସୀମା ସଂର୍ଘଷକୁ ନେଇ ରାଜନୀତି। ସରକାର ଓ ସେନାଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ, ବିଜେପିର ଜବାବ ଚୀନକୁ ନିଜର ଭାବନ୍ତି ରାହୁଲ 

117

କନକ ବ୍ୟୁରୋ: ଭାରତ ଓ ଚୀନ ସେନା ମଧ୍ୟରେ ତୱାଙ୍ଗ ସଂଘର୍ଷ ଘଟଣାରେ ଲାଗିଛି ରାଜନୀତିର ବିବାଦୀୟ ରଙ୍ଗ । ଡିସେମ୍ବର ୯ରେ ଯେଉଁ ସୀମା ସଂର୍ଘଷ ଘଟିଥିଲା ତାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବଡ ବୟାନ ଦେଇଛନ୍ତି ।  ରାହୁଲ କେବଳ କେନ୍ଦ୍ର ସରକାରଙ୍କ ଉପରେ ନୁହେଁ ବଂର ସେନାର ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଭାରତ ଯୋଡ଼ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗୋଟେ ପରେ ଗୋଟେ ଅଭିଯୋଗ ଆଣି ମୋଦୀ ସରକାର ଓ ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଓ ସରକାର ଶୋଇଛନ୍ତି । କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି

ବିଜେପି ସ୍ପଷ୍ଟ ଶଦ୍ଧରେ କହିଛି ଚୀନ ସହିତ ରାହୁଲଙ୍କ ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ଚୀନ କଣ କରିବ ନକରିବ ସେକଥା ପୂର୍ବରୁ ରାହୁଲଙ୍କ ପାଖରେ ସୂଚନା ରହିଛି । ରାହୁଲଙ୍କ ଏଭଳି ବୟାନ କେବଳ ସରକାର ବିରୋଧୀ ନୁହେଁ ବଂର ସେନାର ମନୋବଳକୁ ମଧ୍ୟ ଭାଙ୍ଗୁଛି । ନିଜ ବୟାନ ପାଇଁ ରାହୁଲ ଦେଶ  ଓ ସେନାକୁ କ୍ଷମା ମାଗନ୍ତୁ । କଂଗ୍ରେସ ମଧ୍ୟ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ବିଜେପି ଏକଥା ମଧ୍ୟ କହିଛି ଯେ ଦେଶର ସୁରକ୍ଷାକୁ ନେଇ ରାହୁଲ ଦ୍ୱନ୍ଦାତ୍ମକ, ବିବାଦୀୟ, ଅପମାନଜନିତ ବୟାନ ଦେଇଛନ୍ତି ରାହୁଲ ।

ଡୋକଲାମ, ଗଲୱାନ, ତୱାଙ୍ଗ । ଯେବେ ଡ୍ରାଗନ ଭାରତୀୟ ସୀମା ଅତିକ୍ରମଣ କରିଛି ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି । ଏଭଳି ଘଟଣାକୁ ନେଇ ପ୍ରତିଥର ପରି ଏଥରକ ମଧ୍ୟ ରାଜନୀତି ହେଉଛି । ଏବେ ଦେଖିବାକୁ ବାକି ରହିଲା ସୀମା ସଂଘର୍ଷକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ବୟାନବାଜି ବିବାଦ ଆଗକୁ କେଉଁ ମୋଡ ନେଉଛି ।