ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି। ଓସିଏ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା କଟକ ବିଜେପି। 

78

କନକ ବ୍ୟୁରୋ: କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ରାଜନୀତି ତେଜିଛି । ଆଜି କଟକ ସ୍ଥିତି ଓଡିଶା କ୍ରିକେଟ ଆସୋସିଏସନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଟକ ବିଜେପି । ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ଓସିଏକୁ ଦାୟୀ କରିଛନ୍ତି ବିକ୍ଷୋଭକାରୀ । ରାଜଶ୍ରୀ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦଳ ଦାବି କରିଛି । ଏଥିସହ ରାଜ୍ୟ ସରକାର ଏବଂ ଓସିଏ ବିରୋଧରେ ନାରାବାଜି କରିଛନ୍ତି ବିକ୍ଷୋଭକାରୀ ।

ରାଜଶ୍ରୀ ମୃତଦେହ ଉଦ୍ଧାର ହେବାର ୨୪ ଘଂଟା ବିତିଲାଣି । ହେଲେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୁଲିସ ତଦନ୍ତ ଚାଲିଥିଲା ବେଳେ ଏବେ ରାଜଶ୍ରୀଙ୍କ ହାତଲେଖା ଚିଠି ଜବତ ହେବା ପରେ ପୁରା ଘଟଣା ସନ୍ଦେହ ଘେରକୁ ଚାଲିଆସିଛି । ଏପରି ସମୟରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଓସିଏ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାରୁ, ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ପାଇଁ ବିଜେପି ଦାବି କରିଛି ।