ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ, ମହାରାଷ୍ଟ୍ର ରାଜନୀତି ସରଗରମ

183

କନକ ବ୍ୟୁରୋ : ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ଅଜିତ ପାୱାରଙ୍କ ମଧ୍ୟରେ ଶନିବାର ପୁଣେ ଠାରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରେ ଭେଟ ହୋଇଛି । ଏହି ଭେଟ ବେଳେ ଉଭୟଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା କୁହାଯାଉଛି । ଏହି ଗୁପ୍ତ ବୈଠକର ଖବର ଆସିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଏନସିପି ନେତା ଅମୋଲ ମିଟକରୀ କହିଛନ୍ତି କି, ଏହା ପାରିବାରିକ ସମସ୍ୟା ସଂପର୍କରେ ଆଲୋଚନା ହୋଇଥାଇପାରେ ।

ମହାରାଷ୍ଟ୍ରର ଏକ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହୋଇଥିବା ଖବର ମୁତାବକ ଶନିବାର ଦିନ ୧ଟା ବେଳେ  କୋରେଗାଓଁ ପାର୍କ ସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନ ନିକଟରେ ଶରଦ ପାୱାର ପହଂଚିଥିଲେ । ସେଠାରେ ସେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିଥିଲେ । ସନ୍ଧ୍ୟା ୭ଟା ବେଳେ ଶରଦ ପାୱାର ଓ ଅଜିତ ପାୱାର ଗଣମାଧ୍ୟମକୁ ଲୁଚି ଏକ କାରରେ ବାହାରକୁ ବାହାରିଯାଇଥିଲେ ।

ଅନୁମାନ କରାଯାଉଛି କି ଏହି ବୈଠକରେ ଏନସିପିର ମହାରାଷ୍ଟ୍ର ଅଧ୍ୟକ୍ଷ ଜୟନ୍ତ ପାଟିଲ ବି ବୈଠକରେ ସାମିଲ ହୋଇଥିଲେ । ଶରଦ ପାୱାର ଓ ଅଜିତ ପାୱାର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତକାଲି ପୁଣେରେ ଥିଲେ ।

ସୂଚନା ଥାଉକି ଗତମାସରେ ମହାରାଷ୍ଟ୍ର ରାଜନୀତିର ଘଟଣାକ୍ରମରେ ଅଜିତ ପାୱାର ଶିବସେନରୁ ବିଦ୍ରୋହ କରି କିଛି ବିଧାୟକ ଓ ସାଂସଦଙ୍କ ସହ ଆସି ବିଜେପି ଓ ସିନ୍ଦେ ମେଣ୍ଟ ସରକାରରେ ସାମିଲ ହୋଇଥିଲେ । ଏହାପରେ ଅଜିତ ପାୱାର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।