ବ୍ରହ୍ମପୁର କେ ଦୀପିକା ମାମଲାରେ ନୂଆ ମୋଡ, ଗୃହବନ୍ଦୀ ଅଭିଯୋଗରେ ଦକ୍ଷିଣାଂଚଳ ଆଇଜିଙ୍କ ଦ୍ୱାରସ୍ଥ ହେଲେ ପରିବାର

942

କନକ ବ୍ୟୁରୋ : ସ୍ତ୍ରୀର ମାନ୍ୟତା ଦାବିରେ ଧାରଣାରେ ବସିଥିବା ବ୍ରହ୍ମପୁରର କେ. ଦୀପିକା ମାମଲାରେ ନୂଆ ମୋଡ । ଦକ୍ଷିଣାଂଚଳ ଆଇଜିଙ୍କ ଦ୍ୱାରସ୍ଥ ହେଲେ ଦିନେଶଙ୍କ ପରିବାର ଲୋକେ । ଗୃହବନ୍ଦୀ ଅଭିଯୋଗରେ ଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିନେଶଙ୍କ ଜେଜେ ବାପା ଓ ଜେଜେ ମା’ ଙ୍କ ମାନବାଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ ଆଣିଛନ୍ତି ଦିନେଶଙ୍କ ମା’ । ଆଉ ଏଥିପାଇଁ ସପରିବାର ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ବ୍ରହ୍ମପୁରର ଦୁଇ ମହିଳା ଅଧିକାରୀଙ୍କ ସହ ଯାଇ ଦକ୍ଷିଣାଂଚଳ ଆଇଜିଙ୍କୁ ଭେଟିଥିଲେ । ସ୍ତ୍ରୀ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି କେ. ଦୀପିକା । ଦୀପିକାଙ୍କ ସପକ୍ଷରେ ଡିଏନ୍ଏ ରିପୋର୍ଟ ଆସିବା ପରେ ଦିନେଶଙ୍କ ପରିବାର ଲୋକେ ଦକ୍ଷିଣାଂଚଳ ଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।