କୁକୁଡା ଲଢେଇ ସହ ଚାଲିଥିଲା ଜୁଆଖେଳ…ଧରିଲା ପୋଲିସ : ୫୨ ଜଣଙ୍କୁ ଗିରଫ କଲା ପୋଲିସ, ୫୫ଟି ବାଇକ ଜବତ

1,050

କନକ ବ୍ୟୁରୋ : କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ମାଡ଼ି ବସିଲା ପୁଲିସ୍ । କୁକୁଡ଼ା ଲଢ଼େଇ ଜରିଆରେ ଜୁଆ ଖେଳ ଚାଲିଥିବା ବେଳେ ୫୨ ଜୁଡ଼ିଆଙ୍କୁ ଗିରଫ କରିଛି ପୁଲିସ୍ । ସେହିପରି ଏମାନଙ୍କଠାରୁ ଗୋଟିଏ କାର, ଏକାଧିକ ବାଇକ୍ ଓ ନଗଦ ଟଙ୍କା ଜବତ କରିଛି । ରାଜଗାଙ୍ଗପୁରର ଭୁତୁଲୁ ଗାଁରେ ବେଆଇନ ଭାବେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢ଼ାଉ କରିଛି ।

ରଜପର୍ବ ଅବସରରେ ଏହି ଜୁଆ ଖେଳ ଚାଲିଥିଲା । ଏ ସମ୍ପର୍କ ପୁଲିସ୍ ସୂଚନା ପାଇ ଚଢ଼ାଉ କରିଥିଲା । ଏହି ଘଟଣାରେ ୫୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୫ଟି ବାଇକ୍, ୪୮ଟି ମୋବାଇଲ୍, ୩ଟି କୁକୁଡ଼ା ଏବଂ ଗୋଟିଏ କାର ଜବତ କରିଛି ପୁଲିସ । ପୁଲିସକୁ ଦେଖି କିଛି ଲୋକ ଫେରାର୍ ହୋଇଯାଇଥିବା ସୂଚନା ମିିଳିଛି ।