ନକଲି ସାର କାରଖାନା ଠାବ : ୧୪୦ଟି ନକଲି ସାର ପ୍ୟାକେଟ ଜବତ, ୯ଗିରଫ

81

କନକ ବ୍ୟୁରୋ : ଗାଇସିଲାଟ ଥାନା ଅନ୍ତର୍ଗତ ଜାମମାଲ ଗାଁରେ ନକଲି ସାର କାରଖାନା ଠାବ କରିଛି ପୋଲିସ । ଗାଁରେ ନକଲି ପୋଟାସ ସାର ତିଆରି ହେଉଥିବା ନେଇ ଖବର ପାଇଥିଲା ପୋଲିସ । ଯାହା ପରେ ଗାଇସିଲାଟ ପୋଲିସ ଉକ୍ତ କାରଖାନାରେ ଚଢ଼ାଉ କରିଛି । ଗାଁର ହୃଷିକେଷ ସାହୁଙ୍କ ଘରେ ଏହି ନକଲି ସାର କାରଖାନା ଚାଲିଥିଲା ।

ସେଠାରେ ସାର ତିଆରି ହୋଇ ଘେଁଷର ଶଙ୍କର ଟ୍ରେଡର୍ସକୁ ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ସେଠାରୁ ୧୪୦ଟି ନକଲି ସାର ପ୍ୟାକେଟ୍ ଜବତ କରିବା ସହ ଦୋକାନକୁ ମଧ୍ୟ ଜବତ କରିଛି ପୋଲିସ । ନଖଲି ସାର ତିଆରି ଓ ବିକ୍ରି ମାମଲାରେ ପୋଲିସ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଏସଡିପିଓ ସୂଚନା ଦେଇଛନ୍ତି ।