କ୍ୟାନସର ଆଣୁଛି ବିପଦ ! ଏହାର କାରଣ ଓ ଚିକିତ୍ସା ? କେମିତି ଏହାକୁ ରୋକିବେ ?

181

କନକ ବ୍ୟୁରୋ : କ୍ୟାନସର କଥା ଶୁଣିଲେ ମନରେ ଭୟ ସୃଷ୍ଟି ହୋଇଥାଏ । ଏହା ଏଭଳି ଏକ ମାରାତ୍ମକ ରୋଗ, ଯାହାର ଚିକିତ୍ସା ପାଇଁ କୌଣସି ମେଡିସିନ୍ ବାହାରି ପାରିନାହିଁ । ଗତ ୧୦ ବର୍ଷ ଭିତରେ ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି ।

ଯଦି କ୍ୟାନସର ରୋଗ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରୁ ଚିହ୍ନଟ ହୋଇପାରିଲା, ତେବେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ଥାଏ । କିନ୍ତୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ ହେଲେ, ବିପଦ ବଢ଼ିଯାଇଥାଏ । ତେବେ କାହିଁକି ଏହି ରୋଗ ହୋଇଥାଏ । କ୍ୟାନସରକୁ କେମିତି ଦୂରେଇ ପାରିବା ? କେମିତି ଜାଣିବେ, ଆପଣ କ୍ୟାନସର୍ ରୋଗରେ ଆକ୍ରାନ୍ତ ?

କ୍ୟାନସରର କାରଣ ?

– ତମାଖୁ ସେବନ ହେଉଛି କ୍ୟାନସରର ମୁଖ୍ୟ କାରଣ
– ଗୁଟଖା, ଖଇନି, ଧୂଆଁ ପତ୍ର, ବିଡ଼ି, ସିଗାରେଟ୍, ଗୁଡ଼ାଖୁ ସେବନ କ୍ୟାନସର ମୁଖ୍ୟ କାରଣ
– ଏହାଦ୍ୱାରା ପାଟି କିମ୍ବା ଗଳା, ଖାଦ୍ୟ ନଳୀ, ପେଟ, ପରିସ୍ରା ଥଳିରେ ସୁଷ୍ମ ଉପାଦାନ ସୃଷ୍ଟି ହୋଇଥାଏ
– ସୁଷ୍ମ ଉପାଦାନ ବେଶୀ ସମୟ ଧରି ଜମା ରହିଲେ, ଛୋଟ ଛୋଟ କ୍ଷତ ସୃଷ୍ଟି ହୋଇଥାଏ
– ବାରମ୍ବାର ମଦ୍ୟପାନ କରିବା ଦ୍ୱାରା ମୁଖ, ଗଳା, ଖାଦ୍ୟ ନଳୀ ତଥା ଲିଭରରେ କ୍ଷତ ସୃଷ୍ଟହୋଇଥାଏ
– ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ କକର୍ଟରେ ପରିଣତ ହୋଇଥାଏ
– ଭାଇରାଲ ଇନଫେକ୍ସନ ଦ୍ୱାରା ମଧ୍ୟ କ୍ୟାନସର ହୋଇଥାଏ
– ଶିଳ୍ପ ପ୍ରଦୂଷଣ ଦ୍ୱାରା ମଧ୍ୟ କ୍ୟାନସରରେ ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ
– ଶରୀରକୁ ନିକେଲ, ଜିଙ୍କ, ବାଷ୍ଫ ବାରମ୍ବାର ନିଶ୍ୱାସ ଦ୍ୱାରା ଗଲେ କ୍ୟାନସର ସୃଷ୍ଟି କରିଥାଏ

କ୍ୟାନସରର ଚିକିତ୍ସା ?

– କ୍ୟାନସର ଚିହ୍ନଟ ପାଇଁ ପାଇଁ ଟିସ୍ୟୁ ବା ବାୟୋପ୍ସି ଦରକାର
– ବାୟୋପ୍ସି ଚିହ୍ନଟ ହେବା ପରେ ରୋଗୀ ଜଣକ କ୍ୟାନସରର ଷ୍ଟେଜରେ ଜଣାପଡ଼ିଥାଏ
– କ୍ୟାନସରର ପ୍ରାଥମିକ ପର୍ଯ୍ୟାୟରେ ରେଡିଏସନ୍ ଦ୍ୱାରା ସର୍ଜରୀ କରାଯାଇପାରିବ
– ସ୍ତନ କକର୍ଟ ହୋଇଥିଲେ, ପ୍ରାଥମିକ ପର୍ଯ୍ୟାୟରେ ସର୍ଜରୀ କରାଯିବ
– ରୋଗର ଆକାର ୧ ସେଂଟିମିଟରରୁ ଅଧିକ ଥିଲେ, କେମୋ ଥେରାପି ନେଇପାରିବେ
– ନିୟମିତ ବ୍ୟବଧାନରେ କେମୋ ଥେରାପି ନେବା ଜରୁରୀ
– ଜରାୟୁ କର୍କଟର ପ୍ରଥମ ପର୍ଯ୍ୟାୟରେ ସର୍ଜରୀ କରିହେବ
– ସର୍ଜରୀ ପରେ ରେଡିଏସନ୍ ଓ କେମୋ ଥେରାପିର ଆବଶ୍ୟକ ପଡ଼ିପାରେ

କ୍ୟାନସରକୁ କେମିତି ରୋକିବେ ?

– ମୋଟାପଣ ଦ୍ୱାରା କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ
– ସେଥିପାଇଁ ନିୟମିତ ବ୍ୟବଧାନରେ ଶରୀରର ଓଜନକୁ ମାପିବା ଦରକାର
– ଅଧିକ ସମୟ ଚିନ୍ତାରେ ରହିଲେ, କ୍ୟାନସର ହେବାର ଆଶଙ୍କା ବଢ଼ିଥାଏ
– କ୍ୟାନସରରୁ ଦୂରେଇବା ଦୈନନ୍ଦିନ ଜୀବନରେ ଶାନ୍ତ ରହିବା ଦରକାର
– ଯୋଗ ଓ ପ୍ରାଣାୟମ ଦ୍ୱାରା କ୍ୟାନସରର ନିବାରଣ କରିବେ
– ମନରେ ସନ୍ଦେହ ଥିଲେ, ତୁରନ୍ତ କ୍ୟାନସରଜନିତ ସମସ୍ତ ପରୀକ୍ଷା କରନ୍ତୁ